Image 1700395677

ଘୋଷଣା ହେଲା ଚଳିତ ବର୍ଷର ମିସ୍ ୟୁନିଭର୍ସଙ୍କ ନାମ। ଏଥର ନିକାରଗୁଆର ଶେନିସ୍ ପାଲାସିଓସ ବନିଛନ୍ତି ବ୍ରହ୍ମାଣ୍ଡ ସୁନ୍ଦରୀ। ମିସ୍ ୟୁନିଭର୍ସ ୨୦୨୩ ଟାଇଟଲ୍ ବିଜେତା ଭାବେ ଶେନିଶଙ୍କ ନାମ ଘୋଷଣା କରାଯାଇଛି। ପୂର୍ବତନ ବିଜେତା – ଆମେରିକାର ଆର୍ ବେନି ଗାବ୍ରିଏଲ ତାଙ୍କୁ ବ୍ରହ୍ମାଣ୍ଡ ସୁନ୍ଦରୀ ମୁକୁଟ ପିନ୍ଧାଇଛନ୍ତି।

ଶେନିସ୍ ପାଲାସିଓସ୍ ହେଉଛନ୍ତି ପ୍ରଥମ ନିକାରାଗୁଆନ୍ ମହିଳା, ଯିଏକି ମିସ୍ ୟୁନିଭର୍ସ ହୋପାରିଛନ୍ତି। ବ୍ରହ୍ମାଣ୍ଡର ବଛା ବଛା ପ୍ରତିଯୋଗୀଙ୍କୁ ପଛରେ ପକାଇ ଦେଶର ପ୍ରଥମ ମିସ୍ ୟୁନିଭର୍ସ ଟାଇଟଲ୍ ହାସଲ କରିଛନ୍ତି ଶେନିସ୍। ଏହି ଟାଇଟଲ୍ ଜିତିବା ପରେ ଶେନିସ୍ ଭାବପ୍ରବଣ ହୋଇପଡିଥିଲେ। ସେ ମିସ୍ ୟୁନିଭର୍ସ ମୁକୁଟ ପିନ୍ଧୁଥିବାର ଦୃଶ୍ୟ ସୋଶାଲ ମିଡିଆରେ ବେଶ୍ ଭାଇରାଲ୍ ହେଉଛି।

ଅନ୍ୟପଟେ ଏହି ସୌନ୍ଦର୍ଯ୍ୟ ପ୍ରତିଯୋଗିତାରେ ଅଷ୍ଟ୍ରେଲିଆର ମୋରେୟା ୱିଲସନ ଦ୍ୱିତୀୟ ରନର୍ ଅପ୍ ଘୋଷିତ ହୋଇଥିବାବେଳେ ଥାଇଲ୍ୟାଣ୍ଡର ଆଣ୍ଟୋନିୟା ପୋର୍ସିଲ୍ଡ ପ୍ରଥମ ରନର୍ ଅପ୍ ହୋଇଛନ୍ତି।

୨୦୨୧ରେ ଭାରତର ହରନାଜ ସାନ୍ଧୁ ମିସ୍ ୟୁନିଭର୍ସ ବିଜୟୀ ହୋଇଥିଲେ। ଚଳିତ ବର୍ଷ ମଧ୍ୟ ଜଣେ ଭାରତୀୟ ମହିଳା ଭାଗ ନେଇଥିଲେ। ଚଣ୍ଡିଗଡ଼ରେ ଜନ୍ମିତ ଶ୍ୱେତା ଶାରଦା ମିସ୍ ୟୁନିଭର୍ସ ୨୦୨୩ରେ ସାମିଲ ହୋଇଥିଲେ। ସେ ଶ୍ରେଷ୍ଠ ୨୦ ପ୍ରତିଯୋଗୀଙ୍କ ମଧ୍ୟରେ ଥିଲେ।

ପ୍ରକାଶ ଥାଉ କି, ଚଳିତ ବର୍ଷ ମଧ୍ୟ ପ୍ରଥମ କରି ପାକିସ୍ତାନ ମିସ୍ ୟୁନିଭର୍ସରେ ଡେବ୍ୟୁ କରିଥିଲା। ସାନ ସାଲଭାଦୋରରେ ୭୨ତମ ମିସ୍ ୟୁନିଭର୍ସ ପ୍ରତିଯୋଗିତା ଆୟୋଜିତ ହୋଇଥିଲା। ଚଳିତ ଥର ମୋଟ 84ଟି ଦେଶ ତଥା କେନ୍ଦ୍ରଶାସିତ ଅଞ୍ଚଳର ପ୍ରତିଯୋଗୀମାନେ ଭାଗ ନେଇଥିଲେ।

Share