ରାୟଗଡା : ସ୍ୱାମୀଠୁ ଭଲ ଲାଗିଲା ପ୍ରେମିକ । ରହିପାରିଲାନି ପ୍ରେମିକକୁ ଛାଡି । ଶୟନେ ସପନେ ଜାଗରଣେ ଖାଲି ଦେଖା ଯାଉଥିଲା ପ୍ରେମିକର ମୁହଁ । ପ୍ରେମିକାକୁ ଦେଖିବା ପରେ ସ୍ୱାମୀ ଆଉ ଭଲ ଲାଗିଲାନି । ବୟଫ୍ରେଣ୍ଡ ସହ ଫେରାର ହେବାକୁ ରଚିଥିଲା ଷଡଯନ୍ତ୍ର । ତେଣୁ ରାସ୍ତାରେ କଣ୍ଟା ସାଜିଥିବା ସ୍ୱାମୀଙ୍କୁ ହଟାଇବାକୁ ହେଲା ମାଷ୍ଟର ପ୍ଲାନ୍ । ଆଉ ପ୍ଲାନ୍ ଅନୁଯାୟୀ ବୟଫ୍ରେଣ୍ଡ ସହ ମିଶି ସ୍ୱାମୀକୁ ଅତି ନିର୍ମମ ଭାବେ ହତ୍ୟା କଲା ସ୍ତ୍ରୀ ।
ଏ ହେଉଛନ୍ତି ସେହି ବୟଫ୍ରେଣ୍ଡ, ଆଉ ଇଏ ହେଲେ ସେହି ପ୍ରେମ ପାଗିଳି ସ୍ତ୍ରୀ । ଯିଏ କି ବୟଫ୍ରେଣ୍ଡ ପାଇଁ ମାରି ଶୁଆଇଦେଲା ସ୍ୱାମୀକୁ । ସ୍ୱାମୀକୁ ହତ୍ୟା କରିବା ପରେ ଖୁବ୍ ଭଲ ଅଭିନୟ ବି କଲା ସ୍ତ୍ରୀ । ଯେମିତି କାହାରି ସନ୍ଦେହ ହେବନାହିଁ । କିନ୍ତୁ କର୍ମର ଫଳ ବୁଲିକି ନିଶ୍ଚୟ ଆସେ । ସେଥିପାଇଁ ତ ହତ୍ୟାର ଦୁଇ ଦିନ ପରେ ହୋଇଗଲା ପର୍ଦ୍ଦାଫାସ୍ ।
ଚାନ୍ଦିଲି ଥାନା ପୋଲିସ ଏକ ହତ୍ଯା ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା। ହତ୍ୟାର ୨୪ ଘଣ୍ଟା ମଧ୍ୟରେ ପୋଲିସ ତଦନ୍ତ କରି ହତ୍ୟା ପଛରେ ବିନୟଙ୍କ ସ୍ତ୍ରୀଙ୍କ ହାତ ଥିବା ଜାଣିବାକୁ ପାଇଥିଲା। ବିନୟଙ୍କ ପତ୍ନୀଙ୍କ ବୟଫ୍ରେଣ୍ଡକୁ ଅଟକ ରଖି ପଚରାଉଚରା କରିବା ପରେ ସେମାନେ ହତ୍ୟା କରିଥିବା ସ୍ବୀକାର କରିଥିଲେ । ହତ୍ୟାରେ ବ୍ୟବହୃତ ଏକ ମଟର ସାଇକଲ ସକଅବଜର ରଡ଼କୁ ପୋଲିସ ଜବତ କରିଛି। ଗିରଫ ପରେ ଉଭୟଙ୍କୁ କୋର୍ଟକୁ ଚାଲାଣ କରାଯାଇଛି ।