85bb2035 e8ec 4fbd 8ba7 f9465c08b6de

ଭଦ୍ରକ: ଭଦ୍ରକ ସହରରେ ଦୀର୍ଘଦିନ ହେବେ ପୁରୁଣାବଜାର ଅଂଚଳ ନକଲି ଜର୍ଦାର ହବ ପାଲଟିଛି। ନକଲି ଜର୍ଦ୍ଦାକୁ ଯେତେଥର ପୁଲିସ ଜବତ କରୁଛି। ଅଧିକ ଲୋକ ଏଇ ବେଆଇନ କାର୍ଯ୍ୟରେ ସଂପୃକ୍ତ ରହିଛନ୍ତି। ଏହି ବେଆଇନ କାର୍ଯ୍ୟରେ କିନ୍ତୁ ମୂଳ ପ୍ରଚ୍ଛଦ ପଟରେ କିଏ ରହୁଛି ତାକୁ ଧରିବାର ସଫଳ ହେଉନାହିଁ ପୁଲିସ। ଅଭିଯୋଗ ପାଇଁ ମଙ୍ଗଳବାର ଭଦ୍ରକର ପୁରୁଣା ବଜାର ଥାନା ପୁଲିସ ହେଲା ସାହି ଅଂଚଳରେ ଚାଲୁଥିଲା ନକଲି ଜର୍ଦ୍ଦା କାରବାର ଘଟଣାର ସୁରାକ ପାଇଥିଲା। ଏହି ସ୍ଥାନକୁ ଯାଇ ପୁଲିସ ନକଲି ଜର୍ଦ୍ଦା ତିଆରି ସ୍ଥାନରେ ଚଢ଼ାଉ କରିଥିଲା। ଚଢ଼ାଉ ବେଳେ ନକଲି ଜର୍ଦ୍ଦା ତିଆରି କରୁଥିବା ଲୋକ ମାନେ ଫେରାର ହୋଇଯାଇଥିଲେ।
ପୁରୁଣାବଜାର ପୁଲିସ ଚଢ଼ାଉ ବେଳେ ସେଠାରୁ ୧ କୁଇଣ୍ଟାଲ ୨୦୦ ଗ୍ରାମ ନକଲି ଜର୍ଦ୍ଦା ଜବତ କରିବା ସହ ଏକ ଅଟୋ କୁ ମଧ୍ୟ ଜବତ କରିଛି। ଏହି ନକଲି କାରବାର କରୁଥିବା ମୁଖ୍ୟ ଆସାମୀ ଘଟଣା ସ୍ଥଳରୁ ଖସି ପଳାଇ ଯାଇଥିବା ବେଳେ ଏଠାରେ ଚଢ଼ାଉ ବେଳେ କିଛି ଯନ୍ତ୍ର ପତି ପୁଲିସ ଜବତ କରିଛି ବୋଲି ଆଜି ଏକ ସାମ୍ବାଦିକ ସମ୍ମିଳନୀ ରେ ସିଟି ଡି ଏସପି ଅଂଶୁମାନ ଦ୍ୱିବେଦୀ ପ୍ରକାଶ କରିଛନ୍ତି। ପୁରାଣ ବଜାର ଅଞ୍ଚକରେ ଆହୁରି ଅନେକ ସ୍ଥାନରେ ଏହି ନକଲି ଜର୍ଦ୍ଦା ତିଆରି କରାଯାଉଛି। ସେମାନଙ୍କ ଉପରେ ଖୁବ ଶୀଘ୍ର ଚଢ଼ାଉ କରାଯିବ ବୋଲି ପୁଲିସ ସୂଚନା ଦେଇଛି।

Share