C952af4a 5121 4e33 aba3 c93e44f5d976

ମୁମ୍ଵାଇ : ଗୁରୁବାର ୨୩ ନଭେମ୍ବର  ତାମିଲନାଡୁ ଏବଂ କେରଳର ଅନେକ ଜିଲ୍ଲାରେ ପ୍ରବଳ ବର୍ଷା ହୋଇଥିଲା। ଏହି ବର୍ଷା ଯୋଗୁଁ ତାମିଲନାଡୁର ଅନେକ ଜିଲ୍ଲାରେ ଭୂସ୍ଖଳନ ମଧ୍ୟ ଦେଖିବାକୁ ମିଳିଥିଲା। ​​ଯେଉଁଥିପାଇଁ ଯାତାୟତରେ ମଧ୍ୟ ବ୍ୟାହତ ହୋଇଥିଲା। ରାଜ୍ୟ PWD ବିଭାଗ ପୁନର୍ବାର ରାସ୍ତା ମରାମତି କାର୍ଯ୍ୟରେ ନିୟୋଜିତ ଅଛି।

ଆଇଏମଡିର ସତର୍କତା ଏବଂ ରାଜ୍ୟରେ ପ୍ରବଳ ବର୍ଷାକୁ ଦୃଷ୍ଟିରେ ରଖି ନୀଲଗିରି ଡିଏମ ପରବର୍ତ୍ତୀ ନିର୍ଦ୍ଦେଶ ପର୍ଯ୍ୟନ୍ତ ସ୍କୁଲ ଗୁଡ଼ିକୁ ବନ୍ଦ ରଖିବାକୁ କହିଛନ୍ତି। ଶୁକ୍ରବାର ଦିନ ୨୪ ନଭେମ୍ବର ପ୍ରବଳ ବର୍ଷା ହେତୁ କୁନୁର-ମେଟୁପାଲାୟମ ଜାତୀୟ ରାଜପଥ ଏବଂ ନୀଳଗିରି ଜିଲ୍ଲାର କୋଥାଗିରି-ମେଟୁପାଲାୟମ ରାଜପଥରେ ଅତି କମରେ ୧୦ ଟି ସ୍ଥାନରେ ଯାତାୟାତ ବନ୍ଦ କରିବାକୁ ପଡିଥିଲା।

ଚେନ୍ନାଇର ଆଞ୍ଚଳିକ ପାଣିପାଗ ବିଭାଗ ଗୁରୁବାର ତାମିଲନାଡୁ ଏବଂ ପୁଡୁଚେରୀ ଜିଲ୍ଲାରେ ଆସନ୍ତା ତିନି ଦିନ ପାଇଁ ହାଲୁକା ଏବଂ ମଧ୍ୟମ ବର୍ଷା ହେବାର ଚେତାବନୀ ଦେଇଛି। ତାମିଲନାଡୁର ଚେଙ୍ଗଲପାଟ୍ଟୁ, କୋଏମ୍ବାଟୁର, କୁନୁର, କୋଥାଗିରି ଏବଂ ଥୋଥୁକୁଡି ସମେତ ପ୍ରବଳ ବର୍ଷା ରେକର୍ଡ କରାଯାଇଛି।

କେରଳରେ ପ୍ରବଳ ବର୍ଷା

ଇଡୁକି ଏବଂ ପଠାନାମଥିଟା ଜିଲ୍ଲାର ପାହାଡ଼ିଆ ଅଞ୍ଚଳରେ ଭୂସ୍ଖଳନ ଓ ଧ୍ଵଂସାବଶେଷ ପଡିଛି। ଅନେକ ସ୍ଥାନରେ ଯାତାୟତ ବ୍ୟାହତ ହୋଇଥିଲା ଏବଂ ଅନ୍ୟାନ୍ୟ ଅଞ୍ଚଳରୁ ଅନେକ ଗ୍ରାମ ଓ ସହର ବିଚ୍ଛିନ୍ନ ହୋଇଯାଇଥିଲା। ଅଧିକାରୀ କହିଛନ୍ତି ଯେ ଲଗାତାର ବର୍ଷା ହେତୁ ପ୍ରମୁଖ ନଦୀରେ ଜଳ ସ୍ତର ବଢିଯାଇଛି । ଯେଉଁଥିପାଇଁ ପାଣିପାଗ ବିଭାଗ ଏକ ‘ରେଡ୍ ଆଲର୍ଟ’ ଜାରି କରିଛି। ଥିରୁବନନ୍ତପୁରମର ନେଡୁମାଙ୍ଗାଡୁ ଏବଂ ନେୟାଟିନକରା ପାହାଡ ଅଞ୍ଚଳରେ ମଧ୍ୟ ପ୍ରବଳ ବର୍ଷା ହୋଇଥିଲା। ଧରାପୃଷ୍ଠରେ ପ୍ରବଳ ବର୍ଷା ହେବା ପରେ ଜଳ ସ୍ତର ବୃଦ୍ଧି ହେତୁ ସକାଳେ ଇଡୁକି ଜିଲ୍ଲାର କାଲାରକଟ୍ଟି ଏବଂ ପମ୍ବାଲା ଡ୍ୟାମର ଫାଟକ ଖୋଲାଯାଇଥିଲା।

Share