The Limmat river and the city are seen early morning in Zurich
The Limmat river and the city are seen early morning in Zurich, Switzerland March 21, 2023. REUTERS/Denis Balibouse

ହଂକଂ: ଚଳିତ ବର୍ଷ ସିଙ୍ଗାପୁର ଓ ସ୍ବିଜର୍‌ଲାଣ୍ଡ୍‌ର ଜ୍ୟୁରିକ୍‌ ସହର ବିଶ୍ବର ସବୁଠୁ ବ୍ୟୟବହୁଳ ସହର ମାନ୍ୟତା ପାଇଥିବା କଥା ଆଜି ‘ଦି ଇକୋନମିଷ୍ଟ୍‌ ଇଣ୍ଟେଲିଜେନ୍‌ସ୍‌ ୟୁନିଟ୍‌’ (ଇଆଇୟୁ) କହିଛି।
ଏହି ବ୍ୟୟବହୁଳ ସହର ତାଲିକାରେ ଉପରୋକ୍ତ ଦୁଇଟି ସହର ପଛକୁ ରହିଛନ୍ତି, ଜିନିଭା, ନ୍ୟୁୟର୍କ ଓ ହଂକଂ। ବିଶ୍ବସ୍ତରରେ ଚଳିବା ପାଇଁ ଖର୍ଚ୍ଚ ସଙ୍କଟ ଏ ପର୍ଯ୍ୟନ୍ତ ଶେଷ ହୋଇନାହିଁ ବୋଲି ମଧ୍ୟ ଏଥିସହିତ ‘ଇଆଇୟୁ’ ସତର୍କ କରାଇ ଦେଇଛି।
‘ଇଆଇୟୁ’ ଜାରି କରିଥିବା ରିପୋର୍ଟରେ କୁହାଯାଇଛି ଯେ, ସାଧାରଣ ଭାବେ ବ୍ୟବହୃତ ୨୦୦ରୁ ଊର୍ଦ୍ଧ୍ବ ସାମଗ୍ରୀ ଓ ସେବା ଉପରେ ସ୍ଥାନୀୟ ମୁଦ୍ରା ହିସାବରେ ବର୍ଷକୁ ବର୍ଷ ମୂଲ୍ୟ ୭.୪% ବୃଦ୍ଧି ପାଇଛି।
ସୂଚନାଯୋଗ୍ୟ, ଗତ ୧୧ ବର୍ଷ ଭିତରେ ସିଙ୍ଗାପୁର ୯ଥର ବିଶ୍ବର ସବୁଠୁ ବ୍ୟୟବହୁଳ ସହର ତାଲିକାର ଶୀର୍ଷରେ ରହିଛି। ଅବଶ୍ୟ ଏଥିପାଇଁ କ‌େତେକ କାରଣ ଦାୟୀ। ତାହା ହେଲା, କାର୍‌ ସଂଖ୍ୟା ଉପରେ ସରକାରଙ୍କ କଠୋର ନୀତି ଯୋଗୁଁ ଏହି ସହରରେ ପରିବହନ ମୂଲ୍ୟ ବିଶ୍ବରେ ସବୁଠୁ ଅଧିକ। ଏହାଛଡ଼ା, ପୋଷାକପତ୍ର, ତେଜରାତି ଓ ମଦ ମଧ୍ୟ ବିଶ୍ବର ଅନ୍ୟାନ୍ୟ ସହରମାନଙ୍କ ତୁଳନାରେ ସେଠାରେ ଖୁବ୍‌ ଅଧିକ ମୂଲ୍ୟରେ ବିକ୍ରୟ ହୁଏ। ସେହିପରି, ଜ୍ୟୁରିକ୍‌ ସହରରେ ମଧ୍ୟ ତେଜରାତି, ଘରକରଣା ସାମଗ୍ରୀ ଓ ମନୋରଞ୍ଜନ ପାଇଁ ବହୁତ ଖର୍ଚ୍ଚ ହେଉଥିବା କଥା ଉକ୍ତ ରିପୋର୍ଟରେ ଉଲ୍ଲେଖ ଅଛି।
ଏହାଛଡ଼ା, ଚଳିତ ବର୍ଷ ଜିନିଭା ଓ ନ୍ୟୁୟର୍କ ସହର ମିଳିତ ଭାବେ ଏହି ତାଲିକାର ୩ୟ ସ୍ଥାନରେ ରହିଛନ୍ତି।

Share