Car 1702202034

କଲେଜରେ ପାଠପଢ଼ୁଥିବା ୪ ଜଣ ଶିକ୍ଷାର୍ଥୀଙ୍କର କାର ଦୁର୍ଘଟଣାରେ ମୃତ୍ୟୁ ଘଟିଛି। କର୍ଣ୍ଣାଟକାର ଚିକ୍କାବାଲ୍ଲାପୁରା ଉପକଣ୍ଠ ନିକଟରେ ଶିକ୍ଷାର୍ଥୀମାନେ ଯାଉଥିବା କାର ଭାରସାମ୍ୟ ହରାଇ ଖାଇକୁ ଖସିପଡ଼ିବାରୁ ଏତେ ବଡ଼ ଘଟଣା ଘଟିଛି।

୨ ଜଣ ଛାତ୍ର ସେମାନଙ୍କର ଦୁଇ ବନ୍ଧୁଙ୍କୁ ବେଙ୍ଗାଲୁରୁରୁ ଚିକ୍କାବଲ୍ଲାପୁରା ଛାଡ଼ିବାକୁ ଯାଉଥିଲେ। ତେବେ ଶନିବାର ବିଳମ୍ବିତ ରାତିରେ କାର୍‌ଟି ଜାତୀୟ ରାଜପଥରେ ପ୍ରଥମେ ଭାରସାମ୍ୟ ହରାଇ ଓଲଟି ପଡ଼ିଥିଲା। ପରେ ରାସ୍ତା କଡ଼ରେ ଥିବା ଖାଇକୁ ଖସି ପଡ଼ିଥିଲା।

କାର୍‌ର ବେଗ ଯଥେଷ୍ଟ ଅଧିକ ଥିବାରୁ ଡ୍ରାଇଭର ଭାରସାମ୍ୟ ହରାଇଥିଲେ। ଏଥିଯୋଗୁ ଜାତୀୟ ରାଜପଥରେ ଗାଡ଼ିର ଚକ ସ୍ଲିପ ହୋଇ ଓଲଟି ପଡ଼ିଥିଲା। ଏହାପରେ ସେହି ଅବସ୍ଥାରେ ସିଧା ଖାଇକୁ ଖସି ପଡ଼ିଥିଲା।

ଦୁର୍ଘଟଣା ଏତେ ଭୟଙ୍କର ଥିଲା ଯେ ଘଟଣା ସ୍ଥଳରେ ୩ ଜଣଙ୍କ ମୃତ୍ୟୁ ଘଟିଥିଲା। ସେହିପରି ଆଉ ଜଣଙ୍କୁ ସ୍ଥାନୀୟ ଲୋକମାନେ ଗୁରୁତର ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରିଥିଲେ। କିନ୍ତୁ ଚିକିତ୍ସାଧୀନ ଅବସ୍ଥାରେ ସେ ମଧ୍ୟ ଆଖି ବୁଜିଛନ୍ତି। ଦୁର୍ଘଟଣାରେ କାରଟି ସଂପୂର୍ଣ୍ଣ ଭାବେ ଛିନଛତ୍ର ହୋଇଯାଇଛି।

Share