Neet ug

ବିହାର : ନିଟ୍-ୟୁଜି ୨୦୨୬ ପରୀକ୍ଷା ସମୟରେ ବିହାରରୁ ଏକ ବଡ଼ ସଲଭର ଗ୍ୟାଙ୍ଗର ପର୍ଦ୍ଦାଫାସ ହୋଇଛି । ଲକ୍ଷୀସରାୟ ଜିଲ୍ଲାର ୩ ପରୀକ୍ଷା କେନ୍ଦ୍ରରରୁ ପ୍ରଶାସନ ଏବଂ ପୋଲିସ ଟିମ୍ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ୭ ସଲଭର ସମେତ ମୋଟ ୨୪ ଜଣଙ୍କୁ ଗିରଫ କରିଛି । ଗିରଫ ହୋଇଥିବା ଅଭିଯୁକ୍ତଙ୍କ ମଧ୍ୟରେ ବାୟୋମେଟ୍ରିକ ଭେରିଫିକେସନ କରୁଥିବା କମ୍ପାନୀର ୧୪ ଜଣ କର୍ମଚାରୀ ସାମିଲ ରହିଛନ୍ତି । ନିଟ୍ ପରୀକ୍ଷା ପେପର ଲିକ୍ ହେବା ପରେ ଜୁନ୍ ୨୧ ତାରିଖରେ ପୁନଃ ପରୀକ୍ଷା କରାଯାଇଛି । ନିଟ୍ ୟୁଜି ପରୀକ୍ଷା ପ୍ରାୟ ୨୦ରୁ ଅଧିକ ଛାତ୍ରଛାତ୍ରୀ ଦେଇଛନ୍ତି ।

ଖବର ମୁତାବକ, ଅନେକ ପରୀକ୍ଷାର୍ଥୀଙ୍କ ପରିବର୍ତ୍ତେ ନକଲି ପରୀକ୍ଷାର୍ଥୀ ବସିଥିଲେ । ଯେଉଁଥିରେ ଡାକ୍ତରଙ୍କ ଠାରୁ ଆରମ୍ଭ କରି ମେଡିକାଲ ଛାତ୍ରଛାତ୍ରୀ ସାମିଲ ଥିଲେ । ଏମାନେ ଅସଲି ପରୀକ୍ଷାର୍ଥୀଙ୍କ ପରିବର୍ତ୍ତେ ପରୀକ୍ଷା ଦେବାକୁ ଆସିଥିଲେ । ଆଉ ଏମାନଙ୍କୁ ପରୀକ୍ଷା ଦେବାକୁ ୩୦ ଲକ୍ଷ ପାଖାପାଖି ଟଙ୍କା କାରବାର ହୋଇଛି ।

ଗିରଫ ହୋଇଥିବା ସ୍କଲାର ପିଲା ସବୁ ଅନ୍ୟ ଜିଲ୍ଲା ଏବଂ ରାଜ୍ୟର ରହିଛନ୍ତି । ଏଥିରେ ମେଡିକାଲ କଲେଜର ଏମବିବିଏସ ଛାତ୍ର ସାମିଲ ରହିଛନ୍ତି । ଛାତ୍ରମାନଙ୍କ ସନ୍ଦିଗ୍ଧ ଗିତିବିଧିକୁ ଲକ୍ଷ୍ୟ କରାଯାଇ ଏମାନଙ୍କୁ ଗିରଫ କରାଯାଇ ପଚରାଉଚରା କରାଯାଇଥିଲା । ମାମଲାର ଗମ୍ଭୀରତା ଦେଖି ଜିଲ୍ଲାପାଳ ଶୈଳେନ୍ଦ୍ର କୁମାର ଏବଂ ଏସପି ପ୍ରେରଣା କୁମାରଙ୍କ ତତ୍ତ୍ବାବଧାନରେ ଏସଡିଏମ ଏବଂ ଏସଡିପିଓ ଟିମ୍ ଏଭଳି ଗ୍ୟାଙ୍ଗକୁ ଧରିବା ପାଇଁ ତଲାସୀ ଜାରି ରଖିଛି ।

Share