Afima 1708783535

ବାରିପଦା : ୧୦ହଜାରରୁ ଅଧିକ ଅଫିମ ଗଛକୁ ନଷ୍ଟ କଲା ମୟୁରଭଞ୍ଜ ପୁଲିସ। ଆଜି ପୂର୍ବାହ୍ନରେ କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ଏବଂ ଜଶିପୁର ପୁଲିସ ପକ୍ଷରୁ ଶିମିଳିପାଳ ପାଦ ଦେଶରେ ଥିବା ଠାକୁରଗୋଡ଼ା ଗ୍ରାମରେ ବେଆଇନ ଅଫିମ ଚାଷକୁ ନଷ୍ଟ କରାଯାଇଛି।
ନୈନେକ ନାମକ ଜଣେ ବ୍ୟକ୍ତି ତାଙ୍କର ୨୧ ଡିସିମିଲ ଜାଗାରେ ବେଆଇନ ଅଫିମ ଚାଷ କରିଥିଲେ। ଏସମ୍ପର୍କରେ SDPO ସୁବ୍ରତ କୁମାର ଖବର ପାଇଥିଲେ। ଏହା ପରେ କରଞ୍ଜିଆ ଉପଖଣ୍ଡ ପୁଲିସ ଅଧିକାରୀ ଏବଂ ଜଶିପୁର ପୁଲିସର ମିଳିତ ଭାବରେ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଥିଲେ। ଆଉ ସେଇ ଟିମ୍‌ ସାହାଯ୍ୟରେ ଠାକୁରଗୋଡ଼ା ଗ୍ରାମରେ ଯାଇ ଚଢ଼ାଉ କରିଥିଲେ।
ଅଫିମ ଗଛ ଗୁଡ଼ିକୁ ନଷ୍ଟ କରିବା ସହିତ ଅଧିକ ତଦନ୍ତ ଚଳାଇଛି ପୁଲିସ। ତେବେ ଏ ଘଟଣାରେ କାହାରିକୁ ଗିରଫ କରାଯାଇ ନାହିଁ। ଏ ନେଇ ବର୍ତ୍ତମାନ ବି ତଦନ୍ତ ଜାରି ରହିଛି। ତଦନ୍ତ ପରେ ହିଁ ସଂପୂର୍ଣ୍ଣ ତଥ୍ୟ ସାମ୍ନାକୁ ଆସିବ ବୋଲି ସୂଚନା ମିଳିଛି।

 

Share