Dist Congress Pressmeet 750x430

କେନ୍ଦୁଝରଗଡ଼: କେନ୍ଦ୍ରର ବିଜେପି ଓ ରାଜ୍ୟର ବିଜେଡି ଶାସନରେ ଦୁର୍ନୀତି ଚରମ ସୀମାରେ ପହଞ୍ଚିଥିବା ବେଳେ ଉଭୟ ସରକାରଙ୍କ କୁଶାସନ ଓ ବିଫଳତା ପ୍ରତିବାଦରେ ଆସନ୍ତା ୨୬ ତାରିଖରେ ରାଜ୍ୟ କଂଗ୍ରେସ ପକ୍ଷରୁ ସଚିବାଳୟ ଘେରାଉ ପରିପ୍ରେକ୍ଷୀରେ ଭୁବନେଶ୍ୱର ଚାଲ ଡାକରା ଦେଇଛି କେନ୍ଦୁଝର ଜିଲା କଂଗ୍ରେସ।

ଜିଲା କାର୍ଯ୍ୟାଳୟରେ ଶନିବାର ପୂର୍ବାହ୍ନରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଜିଲା ସଭାପତି ମୋହନ ପରିଡ଼ା ଯୋଗଦେଇ ଏହି ଡାକରା ଦେବା ସହ ଜିଲାର ପ୍ରତିବ୍ଲକ, ପୌରପାଳିକା ଓ ବିଜ୍ଞାପିତ ପରିଷଦ ଅଞ୍ଚଳରୁ ଶତାଧିକ ନେତା ଓ କର୍ମୀ ୨୬ ତାରିଖ ଭୁବନେଶ୍ୱର ଚାଲ କାର୍ଯ୍ୟକ୍ରମରେ ଯୋଗଦେବେ ବୋଲି ସୂଚନା ଦେଇଥିଲେ। ଖଣି ଓ ଶିଳ୍ପରେ ଭରପୁର କେନ୍ଦୁଝର ଜିଲା ପ୍ରତି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଯେଭଳି କ୍ରମାଗତ ଭାବେ ବୈମାତୃକ ମନୋଭାବ ପ୍ରଦର୍ଶନକୁ କୌଣସି ପରିସ୍ଥିତିରେ ବରଦାସ୍ତ କରାଯିବ ନାହିଁ ବୋଲି ପିସିସି ସାଧାରଣ ସମ୍ପାଦକ ଆଲୋକ ମିଶ୍ର ସାମ୍ବାଦିକ ସମ୍ମିଳନୀରେ ଏହା କହିଛନ୍ତି।

Share