Whatsapp Image 2024 03 27 At 1.53.37 Pm

କୋରାପୁଟ: ମଙ୍ଗଳବାର ବିଳମ୍ବିତ ରାତିରେ କୋରାପୁଟ ସଦର ପୋଲିସ ସୀମା ଅନ୍ତର୍ଗତ ପୋଡାଗଡ ନିକଟରେ ବସ୍ ଦୁର୍ଘଟଣା ଘଟିଛି। ଖମ୍ବେଶ୍ୱରୀ ନାମକ ବସ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ଭାରସାମ୍ଯ ହରାଇ ବସଟି ରାସ୍ତା ତଳକୁ ଖସିପଡ଼ିଛି । ଏହି ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୨୦ ଜଣ ଗୁରୁତର ଆହତ ହୋଇଛନ୍ତି।

ମୃତକ ହେଲେ ଜୟପୁରର ଚିଲିଗୁଡାର ନାରାୟଣ ରଥ ବୋଲି ଜଣାପଡିଛି। ଘଟଣା ସମ୍ପର୍କରେ ପୋଲିସ ଖବର ପାଇ ପୋଲିସ ଓ ଅଗ୍ନିଶମ ବିଭାଗର କର୍ମଚାରୀମାନେ ଘଟଣାସ୍ଥଳରେ ପହଞ୍ଚି ବସ୍ ଭିତରେ ଅଟକି ରହିଥିବା ଯାତ୍ରୀଙ୍କୁ ଉଦ୍ଧାର କରିଥିଲେ।

ଆହତମାନଙ୍କୁ ପୋଡାଗଡ଼ ଚିକିତ୍ସାଳୟକୁ ନିଆଯାଇଥିଲା। ଯେଉଁଠାରୁ ୧୦ ଜଣ ଗୁରୁତର ଆହତଙ୍କୁ କୋରାପୁଟର ସହିଦ ଲକ୍ଷ୍ମଣ ନାୟକ ମେଡିକାଲ କଲେଜ ଏବଂ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା। ସୂଚନାନୁସାରେ, ବସ୍ ସନ୍ଧ୍ୟା ୫ ଟାରେ ୪୦ ଜଣ ଯାତ୍ରୀଙ୍କ ସହ ଯାତ୍ରା ଆରମ୍ଭ କରିଥିଲା। ବସଟି ଯାତ୍ରୀଙ୍କୁ ନେଇ ଜୟପୁରରୁ ବ୍ରହ୍ମପୁର ଯାଉଥିବାବେଳେ ଦୁର୍ଘଟଣା ଘଟିଛି ।

Share