Recent Photo 1712125800 750x430 1

ପୁରୀ: ଚକ୍ରତୀର୍ଥ ରୋଡ଼ରେ ବିଭତ୍ସ୍ୟ ହତ୍ୟାକାଣ୍ଡ। ତଣ୍ଟି ଓ ହାତ, ଗୋଡ଼ କାଟି ଯୁବକଙ୍କୁ ହତ୍ୟା। ବୁଧବାର ଦିନ ଚକ୍ରତୀର୍ଥ ରୋଡରେ ଥିବା ମେଡିକାଲ ନିକଟରୁ ରକ୍ତରେ ଜୁ଼ଡ଼ୁବୁଡ଼ୁ ହୋଇଥିବା ଯୁବକଙ୍କ ମୃତଦେହ ଉଦ୍ଧାର ହୋଇଛି। ବିଳମ୍ବିତ ରାତିରେ ମୃତଦେହ ପଡିଥିବା ଦେଖି ପୋଲିସକୁ ଖବର ଦେଇଥିଲେ ସ୍ଥାନୀୟ ଲୋକେ।

ନିଶା କାରବାରକୁ ନେଇ ବ୍ୟକ୍ତିଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ମୃତ ବ୍ୟକ୍ତଙ୍କ ଶରୀରର ବିଭିନ୍ନ ସ୍ଥାନରେ କ୍ଷତ ଚିହ୍ନ ରହିଛି। ମୃତକଙ୍କ ନାମ ପୁରୀ ସମୁଦ୍ରକୁଳ ଥାନା ସୀମା ଅନ୍ତର୍ଗତ ବାଲିଗୁଆଳି ଗାଁର ବାସିନ୍ଦା ବିକ୍ରମ କେଶରୀ ପ୍ରଧାନ ବୋଲି ଜଣାପଡିଛି। ସେ ଏଠାରେ ଥିବା ଏକ ହୋଟେଲର ଖାଦ୍ୟ ଏବଂ ପାନୀୟ ବିଭାଗରେ କାର୍ଯ୍ୟ କରୁଥିଲେ।

ପୋଲିସ ମୃତଦେହ ଜବତ କରି ତଦନ୍ତ ଆରମ୍ଭ କରିଛି। ଡ୍ରଗ୍ସ କାରବାରରେ ବିକ୍ରମଙ୍କୁ ହତ୍ୟା କରାଯାଇଥିବା ସନ୍ଦେହ କରାଯାଉଛି। ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ ପହଞ୍ଚି ଘଟଣାର ଅନୁଧ୍ୟାନ କରୁଛି।

Share