Tiger Skin 1712558816

ବାଘ ଛାଲ ବିକ୍ରି ପାଇଁ ଚାଲିଥିଲା ଡିଲ୍‌ । ବେପାରୀ ସାଜି ପହଞ୍ଚିଲେ ବନ କର୍ମଚାରୀ। ବହୁ ସମୟ ପରେ ଫାଲନାଲ୍‌ ହେଲା ଡିଲ୍‌ । ମାତ୍ର ବାଘ ଛାଲ ବିକ୍ରି ପୂର୍ବରୁ ଅଭିଯୁକ୍ତଙ୍କୁ ମାଡ଼ି ବସିଲେ ବେପାରୀ ବେଶରେ ଥିବା ବନ କର୍ମଚାରୀ। ଏଥିସହ ସେମାନଙ୍କ ନିକଟରୁ ୫ଟି କଲରା ପତରିଆ ବାଘ ଛାଲ, ଗୋଟିଏ ବଣ ବିଲେଇ ଛାଲ, ଗୋଟିଏ ମାଛରଙ୍କା ବିଲେଇ ଛାଲ ସମେତ ୨୬ କେଜି ବଜ୍ରକପ୍ତା କାତି ଜବତ ହୋଇଛି ।

ଗଜପତି ଜିଲ୍ଲା ରାମଗିରି ବନାଞ୍ଚଳ ମଣ୍ଡଳସାହି ନିକଟସ୍ଥ କଦଳୀ ବଣ ଭିତରେ ଚାଲିଥିଲା ଏହି ଡ଼ିଲ୍‌ l ଏନେଇ ପୂର୍ବରୁ ସୂଚନା ପାଇ ବେପାରୀ ସାଜି ଉକ୍ତ ବଣ ଭିତରେ ପହଞ୍ଚିଥିଲେ ବନ ଅଧିକାରୀ। ଡିଲ୍‌ ଫାଇନାଲ୍‌ ହେବା ପରେ ଅଭିଯୁକ୍ତଙ୍କୁ ମାଡ଼ ବସିଥିଲେ ବନ ଅଧିକାରୀ । ଏଥିସହ ସେମାନଙ୍କ ନିକଟରୁ ବହୁ ପରିମାଣର ବାଘ ଛାଲ, ବିଲେଇ ଛାଲ ସହ ବଜ୍ରକପ୍ତା କାତି ଜବତ କରିଛନ୍ତି।   ଅଭିଯୁକ୍ତମାନଙ୍କଠାରୁ ୫ ଗୋଟି ମୋବାଇଲ ଫୋନ ବି ଜବତ ହୋଇଛି।

ଏହି ବେଆଇନ କାରବାରରେ ସଂପୃକ୍ତି ଅଭିଯୋଗରେ ୭ ଜଣ ଅଭିଯୁକ୍ତ ଗିରଫ କରିଛି ବନ ବିଭାଗ । ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ଘଟଣାସ୍ଥଳରୁ ଗିରଫ କରାଯାଇଥିବା ବେଳେ ଅନ୍ୟମାନଙ୍କୁ ବିଭିନ୍ନ ସ୍ଥାନରେ ଚଢ଼ାଉ କରାଯାଇ ଗିରଫ କରାଯାଇଛି। ଏହି ଘଟଣାରେ ଆଉ ଯେଉଁମାନେ ବି ସଂପୃକ୍ତ ଅଛନ୍ତି ତଦନ୍ତ ପରେ ସେମାନଙ୍କୁ ମଧ୍ୟ ଗିରଫ କରାଯିବ ବୋଲି ଡିଫଓ ସୂଚନା ଦେଇଛନ୍ତି ।

ଗିରଫ ସମସ୍ତ ଅଭିଯୁକ୍ତ ରାମଗିରି ଓ ଚନ୍ଦ୍ରଗିରି ବନାଞ୍ଚଳର ବୋଲି ଜଣା ପଡିଛି । ଏହି ସବୁ ଚମଡ଼ା ବାହାର ରାଜ୍ୟକୁ ଚାଲାଣ ପାଇଁ ଡିଲ୍ ହେଉଥିବା ବେଳେ ଜବତ ହୋଇଛି।

Share