Jyoti Panigrahi

ଭୁବନେଶ୍ବର: ପୂର୍ବତନ ମହିଳା କମିସନ ଅଧ୍ୟକ୍ଷା ତଥା ସୁନ୍ଦରଗଡ଼ର ବିଜେଡି ପର୍ଯ୍ୟବେକ୍ଷକ ଜ୍ୟୋତି ପାଣିଗ୍ରାହୀ ଦଳରୁ ଇସ୍ତଫା ଦେଇଛନ୍ତି। ସେ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ନିଜର ଇସ୍ତଫା ପତ୍ର ପଠାଇଛନ୍ତି। ସୂଚନା ଅନୁସାରେ ଜ୍ୟୋତି ପାଣିଗ୍ରାହୀ ବିଜେଡିର ଜଣେ ଦକ୍ଷ ନେତ୍ରୀ ଭାବେ ଜଣାଶୁଣା। ସେଥିପାଇଁ ଦଳ ତାଙ୍କୁ ସୁନ୍ଦରଗଡର ପର୍ଯ୍ୟବେକ୍ଷକ ଦାୟିତ୍ୱ ଦେଇଥିଲା। କିନ୍ତୁ ଏବେ ସେ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଇସ୍ତଫା ପତ୍ରରେ ସେ ଉଲ୍ଲେଖ କରିଛନ୍ତି ଯେ ବିଜେଡି ପୂର୍ବ ପରି ଆଉ ନାହିଁ। ଦଳର ନେତାଙ୍କୁ ଆଉ ଭେଟି ହେଉନାହିଁ।
ଜ୍ୟୋତି ପାଣିଗ୍ରାହୀଙ୍କ ସ୍ୱାମୀ ସରୋଜ ପାଣିଗ୍ରାହୀ ମଧ୍ୟ ବିଜେଡିରୁ ଇସ୍ତଫା ଦେଇଛନ୍ତି। ଦଳରେ ଅଣଦେଖା କରାଯାଉଥିବା ଅଭିଯୋଗ କରି ଦଳ ଛାଡ଼ିବାକୁ ବାଧ୍ୟ ହୋଇଥିବା ସେ କହିଛନ୍ତି ।

Share