25 06 2023 Bjp Bjd 23451492

ଭୁବନେଶ୍ବର: ବିଜେଡ଼ିର ପଞ୍ଚମ ପ୍ରାର୍ଥୀ ତାଲିକା ଘୋଷଣା କରାଯାଇଛି। ତାଲିକାରେ ୯ ଜଣ ପ୍ରାର୍ଥୀଙ୍କ ନାମ ଘୋଷଣା କରାଯାଇଛି। କଣ୍ଟାବାଞ୍ଚିରୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଲଢ଼ିବେ ବୋଲି ଘୋଷଣା କରାଯାଇଛି। ସେହିପରି ସମ୍ବଲପୁର ଏବଂ ରେଢାଖୋଲ ଆସନରେ ଦଳ ପକ୍ଷରୁ ପ୍ରାର୍ଥୀ ପରିବର୍ତ୍ତନ କରାଯାଇଛି।
ଘୋଷଣା କରାଯାଇଥିବା ତାଲିକାରେ ଚିତ୍ରକୋଣ୍ଡା ବିଧାନସଭା ଆସନରୁ ଲକ୍ଷ୍ମୀପ୍ରିୟା ନାୟକଙ୍କୁ ପ୍ରାର୍ଥୀ କରାଯାଇଛି। ସେହିପରି ପଦ୍ମପୁରରୁ ବର୍ଷା ସିଂ ବରିହା, କୁଚିଣ୍ଡାରୁ ରାଜେନ୍ଦ୍ର ଛତ୍ରିଆ, ଦେବଗଡ଼ରୁ ଅରୁନ୍ଧତି ଦେବୀ, ଅନୁଗୁଳରୁ ସଂଯୁକ୍ତା ସିଂହ, ନିମାପଡ଼ାରୁ ଦିଲ୍ଲୀପ ନାୟକ ସାନଖେମୁଣ୍ଡିରୁ ସୁଲକ୍ଷଣା ଗୀତାଞ୍ଜଳି ଦେବୀ ଏବଂ ଜୟପୁରରୁ ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ କରାଯାଇଛି।
ସମ୍ବଲପୁରରୁ ପ୍ରାର୍ଥୀ ହେବା ନେଇ ବିଜେଡି ନେତା ପ୍ରସନ୍ନ ଆଚାର୍ଯ୍ୟ ଅସନ୍ତୁଷ୍ଟ ଥିବା ସୂଚନା ମିଳିଥିଲା। ତେଣୁ ସମ୍ବଲପୁର ଏବଂ ରେଢାଖୋଲ ଆସନ ପାଇଁ ପ୍ରାର୍ଥୀ ଅଦଳବଦଳ କରାଯାଇଛି। ରେଢାଖୋଲରୁ ଦଳ ପକ୍ଷରୁ ରୋହିତ ପୂଜାରୀଙ୍କୁ ପ୍ରାର୍ଥୀ କରାଯାଇଥିଲା।
ରୋହିତଙ୍କୁ ପ୍ରସନ୍ନଙ୍କ ଆସନ ଏବଂ ପ୍ରସନ୍ନଙ୍କୁ ରୋହିତଙ୍କ ଆସନରେ ପ୍ରାର୍ଥୀ କରାଯାଇଛି। ପ୍ରସନ୍ନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅବାସ ନବୀନ ନିବାସରେ ପହଞ୍ଚି ନିଜର ଅସନ୍ତୋଷ ବ୍ୟକ୍ତ କରିସାରିଥିଲେ। ଏବେ ବିଜେଡି ପକ୍ଷରୁ ପ୍ରାର୍ଥୀ ଅଦଳବଦଳ କରାଯାଇଛି।

Share