Amit Shah 1560747950

ନୂଆଦିଲ୍ଲୀ : ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହଙ୍କ ଫେକ୍‌ ଭିଡିଓ ଭାଇରାଲ ମାମଲାରେ ପୁଲିସ୍‌ ଆଉ ୫ ଜଣଙ୍କୁ ଗିରଫ କରିଛି। ତେଲଙ୍ଗାନା ସାଇବର କ୍ରାଇମବ୍ରାଞ୍ଚର ଅଧିକାରୀମାନେ ରାଜ୍ୟ କଂଗ୍ରେସ ଆଇଟି ସେଲ୍‌ରୁ ୫ ଜଣଙ୍କୁ ଗିରଫ କରିଛନ୍ତି।
ଫେକ ଭିଡିଓ ଭାଇରାଲ ମାମଲାରେ ଦିଲ୍ଲୀ ପୁଲିସ୍‌ର ସ୍ପେଶାଲ ସେଲ ପକ୍ଷରୁ ମଧ୍ୟ ଝାରଖଣ୍ଡ କଂଗ୍ରେସ ମୁଖ୍ୟ ରାଜେଶ ଠାକୁରଙ୍କୁ ମଧ୍ୟ ନୋଟିସ କରିଥିଲା। ଆଜି ସେ ହାଜର ହୋଇପାରନ୍ତି। ସେ ଅମିତ ଶାହଙ୍କ ଫେକ ଭିଡିଓକୁ ସୋଶାଲ ମିଡିଆରେ ଶେୟାର କରିଥିବାରୁ ପୁଲିସ୍‌ ତାଙ୍କୁ ନୋଟିସ କରିଥିଲା।
ଏହାବାଦ ତେଲଙ୍ଗାନା ମୁଖ୍ୟମନ୍ତ୍ରୀ ରେଭନ୍ଥ ରେଡ୍ଡୀ ଓ ଆଉ ୪ ଜଣଙ୍କୁ ମଧ୍ୟ ସମାନ ମାମଲାରେ ଦିଲ୍ଲୀ ପୁଲିସ ସମନ କରିଥିଲା। ବୁଧବାର ରେଡ୍ଡୀଙ୍କ ଓକିଲ ଦିଲ୍ଲୀ ପୁଲିସ୍‌ ନିକଟରେ ହାଜର ହୋଇଥିଲେ। ଅମିତ ଶାହଙ୍କ ଡି’ଫେକ ଭିଡିଓ ତିଆରି କରିବା ଓ ଏହାରକୁ ପୋଷ୍ଟିଂ କରିବାରେ ରେଭନ୍ଥ ରେଡ୍ଡୀଙ୍କର କୌଣସି ପ୍ରକାରର ଭୂମିକା ନାହିଁ ବୋଲି ପୁଲିସ୍‌କୁ କହିଥିଲେ।
ପୁଲିସ ସୂତ୍ର ଅନୁସାରେ, ସେମାନେ ଅମିତ ଶାହଙ୍କ ଡି’ଫେକ ଭିଡିଓ ତିଆରି କରିଥିବା ବ୍ୟକ୍ତିଙ୍କ ଅତି ନିକଟରେ ପହଞ୍ଚି ଯାଇଛନ୍ତି। କିନ୍ତୁ ଏହା ପୂର୍ବରୁ ଭିଡିଓକୁ ଅପଲୋଡ ଓ ଶେୟାର କରିଥିବା ଲୋକଙ୍କ ଭୂମିକା ସମ୍ପର୍କରେ ଜାଣିବାକୁ ଉଦ୍ୟମ କରୁଛି।
ଭିଡିଓ ଶେୟାରିଂ କରିଥିବା ବିଭିନ୍ନ ଦଳର ୫ ଜଣଙ୍କୁ ପୁଲିସ ସମନ କରିଛି। ଏବେ ସେମାନଙ୍କ ପକ୍ଷ ଶୁଣିବା ପରେ ପୁଲିସ୍‌ ପରବର୍ତ୍ତୀ ପଦକ୍ଷେପ ଗ୍ରହଣ କରିବ।

Share