D7ed57c7 Cd26 472c 811c C45ddf033c82 750x430

ବୌଦ୍ଧ: ସାଧାରଣ ନିର୍ବାଚନ ପାଇଁ ବୌଦ୍ଧ ଜିଲାରେ ତ୍ରିମୁଖି ଲଢାଇ ହେବାକୁ ଯାଉଥିବା ବେଳେ ଆଜି ୫ଟି ଅଧ୍ୟକ୍ଷ ଭିକେ ପାଣ୍ଡିଆନ ବୌଦ୍ଧ ନିର୍ବାଚନ ମଣ୍ଡଳିର ପୁରୁଣାକଟକ ଠାରେ ଦଳ ପାଇଁ ପ୍ରଚାର କରିଛନ୍ତି। ପୁରୁଣାକଟକର ମିନି ଷ୍ଟାଡିୟମ ଠାରେ ଦିନ ୧୧ ଟା ବେଳେ ପାଣ୍ଡିଆନ ପହଞ୍ଚିବା ପରେ ସଭାରେ ଉଦବୋଧନ ଦେଇଥିଲେ।

ଏହି କ୍ରମରେ ସେ ବିରୋଧୀଙ୍କୁ ମଧ୍ୟ ଟାର୍ଗେଟ କରିଛନ୍ତି । ସରକାରଙ୍କ ବିଭିନ୍ନ ଯୋଜନାକୁ ନେଇ ଭୋଟରଙ୍କୁ ପ୍ରଶ୍ନ ପଚାରିବା ସହ ନିର୍ବାଚନରେ ଟୁରିଷ୍ଟ ଭଳି ବିରୋଧୀ ନେତା ଆସିବେ ବୋଲି କହିଛନ୍ତି ପାଣ୍ଡିଆନ । ପାଣ୍ଡିଆନ ଆହୁରି ମଧ୍ୟ କହିଛନ୍ତି ଯେ, ନିର୍ବାଚନ ପରେ ଯେଉଁ ନେତାମାନେ ଏବେ ଆସୁଛନ୍ତି ସେମାନଙ୍କୁ ଆଉ ଦେଖିବାକୁ ପାଇବେ ନାହିଁ । କିନ୍ତୁ ପୁଣି ୫ ବର୍ଷ ପରେ ସେମାନେ ଆଉଥରେ ଆସିବେ। କିନ୍ତୁ ବିଜେଡି ସବୁବେଳେ ଆପଣଙ୍କ ସୁଖଦୁଃଖରେ ଠିଆ ହେବ ବୋଲି କହିଛନ୍ତି ୫T ଅଧ୍ୟକ୍ଷ ଭିକେ ପାଣ୍ଡିଆନ ।

Share