Untitled 38 750x430

ନୂଆଦିଲ୍ଳୀ: ଗୁରୁବାର ଦିନ ଆନ୍ଧ୍ରପ୍ରଦେଶର ଏନଟିଆର ଜିଲ୍ଲାର ଏକ ଚେକପୋଷ୍ଟରେ ବିପୁଳ ପରିମାଣର ଅର୍ଥ ଜବତ ହୋଇଛି। ଚେକପୋଷ୍ଟ୍‌ରେ ଏକ ଟ୍ରକରୁ ପ୍ରାୟ ୮ କୋଟି ଟଙ୍କା ଜବତ କରାଯାଇଥିବା ପୁଲିସ୍‌ ସୂଚନା ଦେଇଛି। ମିଳିଥିବା ତଥ୍ୟନୁଯାୟୀ, ଟଙ୍କାଗୁଡ଼ିକ ଏପର୍ଯ୍ୟନ୍ତ ଗଣାହୋଇନଥିବା ବେଳେ ଜବତ ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି। ସକାଳୁ ସକାଳୁ ଗାରିକାପଡୁ ଚେକପୋଷ୍ଟରେ ଏହି ଘଟଣା ଘଟିଥିବାର ସୂଚନା ରହିଛି।

ନିର୍ବାଚନ ଚାଲିଥିବା ବେଳେ ଏପରି ପୁଳା ପୁଳା ଟଙ୍କା ଜବତ ହୋଇ ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। ସୂଚନା ରହିଛି ଯେ ଏକ ପାଇପ୍ ବୋଝେଇ ଲରି କ୍ୟାବିନରୁ ପୁଳା ପୁଳା ଟଙ୍କା ଜବତ କରିଛି ପୁଲିସ। ଏହି ଟଙ୍କାକୁ ଗୋପନ ଭାବେ ଲୁଚାଇକି ନିଆ ଯାଉଥିଲା।

ଏହି ଟଙ୍କା ହାଇଦ୍ରାବାଦରୁ ଗୁଣ୍ଟୁର ଯାଉଥିବା ବାଟରେ ପୁଲିସ୍‌ ହାବୁଡ଼ରେ ପଡ଼ିଯାଇଛି। ଘଟଣାରେ ଦୁଇ ଜଣଙ୍କୁ ଅଟକ ରଖି ପୁଲିସ୍‌ ପଚରା ଉଚରା କରୁଛି। ସୂଚନା ଅନୁସାରେ ଜବତ ହୋଇଥିବା ଟଙ୍କା ପ୍ରଥମେ ଜିଲ୍ଲା ତଦନ୍ତକାରୀ ଟିମକୁ ହସ୍ତାନ୍ତର କରାଯିବ।  ପରେ ନିର୍ବାଚନ ଅଧିକାରୀ ଏହି ଘଟଣାରେ ପରବର୍ତ୍ତୀ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିବେ।

Share