Qt Bjp Flag 750x430

ଭୁବନେଶ୍ବର: ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଲା ବିଜେପି। ଭୋଟରଙ୍କୁ ଧମକାଉଛନ୍ତି ଅତାବିରା ବିଧାୟିକା ତଥା ପୂର୍ବତନ ମନ୍ତ୍ରୀ ସ୍ନେହାଙ୍ଗୀନ ଛୁରିଆ । ଆପଣମାନେ ଯାହାକୁ ଭୋଟ ଦେବେ ତାହା ଆମେ ଜାଣିପାରିବୁ। ଭୋଟ ନ ଦେଲେ ମିଳିବନି କୌଣସି ସରକାରୀ ସୁବିଧା। ନିର୍ବାଚନୀ ପ୍ରଚାର ବେଳେ ଏକ ସଭାରେ ଭୋଟରଙ୍କୁ ଏହି ଭଳି କିଛି ଧମକ ଦେଇଛନ୍ତି ବିଧାୟିକା।ଏହା ସମ୍ପୂର୍ଣ ଭାବରେ ନିର୍ବାଚନ ଆଚରଣ ବିଧିର ଉଲଂଘନ ବୋଲି ଅଭିଯୋଗ ଆଣିଛି ବିଜେପି।

ରାଜ୍ୟ ବିଜେପି ଉପସଭାପତି ଗୋଲକ ମହାପାତ୍ର କହିଛନ୍ତି, ଏଥିପାଇଁ ଆମେ ମୁଖ୍ୟ ନିର୍ବାଚନ ଆୟୋଗଙ୍କ ନିକଟରେ ଫେରାଦ ହେଇଛୁ। ଆରପି ଆକ୍ଟ ୧୨୩ରେ ତାଙ୍କ ଉପରେ ନିର୍ବାଚନୀ ପ୍ରଚାର ବିରତି ଲଗାଯାଉ। ଏହି ଆକ୍ଟ ଅନୁଯାୟୀ ସେ କୌଣସି ନିର୍ବାଚନୀ ପ୍ରଚାର କରି ପାରିବେ ନାହିଁ। ଯଦି ଆମ ଦାବି ପୂରଣ ନ ହୁଏ ତେବେ ନିର୍ବାଚନ ଆୟୋଗଙ୍କ ଅଫିସ ସମ୍ମୁଖରେ ବିଜେପି ଧାରଣା ଦେବ ବୋଲି ଚେତାବନୀ ଦେଇଛି। ସେପଟେ ବିଜେଡି ଓଡ଼ିଶାରେ ହାରିବାଟା ସୁନିଶ୍ଚିନ୍ତ ହେଇ ଗଲାଣି। ଓଷଧ ବିକଳରେ ତାଟିଆ କାମୁଡୁଛି ବିଜେଡି ବୋଲି ବିଜେପି କହିଛି।

Share