Vector Illustration Of The Word Voting In Blue Type With A Red No Symbol On It.

ଶିମିଳିପାଳ: ଓଡିଶାରେ ଚତୁର୍ଥ ତଥା ଶେଷ ପର୍ଯ୍ୟାୟ ନିର୍ବାଚନ ପାଇଁ ମତଦାନ ଚାଲିଛି। ମୟୂରଭଞ୍ଜ ଜିଲ୍ଲା ଉଦଳା ନିର୍ବାଚନ ମଣ୍ଡଳୀ ଯୋମୁନାଗଡ଼ର ବସ୍ତି ବାସିନ୍ଦା ଭୋଟ ବର୍ଜନ କରିଛନ୍ତି। ବିଭିନ୍ନ ସମସ୍ୟା ନେଇ ଶିମିଳିପାଳର ଯୋମୁନାଗଡ଼ର ବିସ୍ଥାପିତ ଭୋଟ ବର୍ଜନ କରିଥିବା କୁହାଯାଉଛି।
୨୦୧୫ ମସିହାରୁ ପ୍ରଶାସନ ପକ୍ଷରୁ ଶିମିଳିପାଳ କୋର ଏରିଆ ଯମୁନାଗର୍ଡରୁ ୪୦ରୁ ଅଧିକ ପରିବାରଙ୍କୁ ଉଦଳା ବ୍ଲକ ବାହୁବନ୍ଧ ପଞ୍ଚାୟତ ନାଵରା ଗ୍ରାମରେ ଥଇଥାନ ପାଇଁ ପ୍ରତିଶ୍ରୁତି ପ୍ରଦାନ କରିଥିଲେ।
ମାତ୍ର ଦୀର୍ଘ ଦିନ ଧରି ସେମାନଙ୍କର ସ୍ଥାୟୀ ଜମି ପଟ୍ଟା, ସରକାରୀ ଯୋଜନାରେ ଘର, ପିଲାମାନଙ୍କର ଶିକ୍ଷା ବ୍ୟବସ୍ଥା ପାଇଁ ପ୍ରଦାନ କରାଯାଇଥିବା ପ୍ରତିଶ୍ରୁତି ପୂରଣ ହୋଇ ନ ଥିବା ଅଭିଯୋଗ କରି ଶନିବାର ଉର୍ମଳଠାରେ ଥିବା ମତଦାନ କେନ୍ଦ୍ର ପାଖରେ ପ୍ରଦର୍ଶନ କରି ଭୋଟ ବର୍ଜନ କରିଛନ୍ତି। ଦାବି ପୂରଣ ନହେବା ପର୍ଯ୍ୟନ୍ତ ସେମାନେ ମତଦାନ କରିବେ ନାହିଁ ବୋଲି କହିଛନ୍ତି।

Share