Accused 1733022684

କଟକ: ପୁଅବୋହୂଙ୍କୁ ପେଟ୍ରୋଲ ଢାଳି ଜାଳିଦେବା ଘଟଣା । ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଖି ବୁଜିଲେ ବୋହୁ । ପୁଅର ଅବସ୍ଥା ଗୁରୁତର ଥିବା ବେଳେ ଆଇସିୟୁରେ ଚାଲିଛି ଚିକିତ୍ସା । ବାରଙ୍ଗ ଗୋଡ଼ିସାହିରେ ଗତକାଲି ଘଟିଥିଲା ଏହି ଅଭାବନୀୟ ଘଟଣା ।

ସୂଚନା ଅନୁସାରେ, ଶନିବାର ବାରଙ୍ଗ ଗୋଡିସାହି ବାରସିଙ୍ଗା ଗାଁରେ ପାରିବାରିକ କଳହକୁ କେନ୍ଦ୍ର କରି ବୃଦ୍ଧ ବାପା ଗୋବର୍ଦ୍ଧନ ରାଉତ ପୁଅ ଓ ବୋହୁଙ୍କୁ ପେଟ୍ରୋଲ ଢ଼ାଳି ନିଆଁ ଲଗାଇ ଦେଇଥିବା ଅଭିଯୋଗ ହୋଇଥିଲା। ଗୁରୁତର ଅବସ୍ଥାରେ ପୁଅ ବୋହୂଙ୍କୁ କଟକର ଏକ ଘରୋଇ ହସ୍ପିଟାଲ ରେ ଭର୍ତ୍ତି କରାଯାଇଥିଲା। ମାତ୍ର ପରେ ଉଭୟଙ୍କୁ ଏକ ଘରୋଇ ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା। ପୁଅ ଦୀନବନ୍ଧୁ ରାଉତଙ୍କ ଶରୀରର ୫୦%ରୁ ଅଧିକ ପୋଡ଼ି ଯାଇଥିବା ବେଳେ ବୋହୂଙ୍କ ଶରୀରର ପ୍ରାୟ ୭୦%ରୁ ଅଧିକ ପୋଡ଼ି ଯାଇଥିଲା। ଉଭୟଙ୍କୁ ଆଇସିୟୁରେ ରଖି ଚିକିତ୍ସା କରାଯାଉଥିବା ବେଳେ ଚିକିତ୍ସାଧିନ ଅବସ୍ଥାରେ ଆଖି ବୁଜିଛନ୍ତି ବୋହୁ । ସେପଟେ ପୋଲିସ ଗୋବର୍ଦ୍ଧନ ରାଉତଙ୍କୁ ଅଟକ ରଖି ପଚରାଉଚରା କରୁଛି।

Share