Munni Saha 1733042404

ବାଂଲାଦେଶର ଜଣେ ବିଶିଷ୍ଟ ମହିଳା ସାମ୍ବାଦିକଙ୍କୁ କିଛି ସ୍ଥାନୀୟ ଲୋକ ଅଟକ ରଖିଥିବା ଖବର ସାମ୍ନାକୁ ଆସିଛି। ଭାରତୀୟ ଏଜେଣ୍ଟ ଅଭିଯୋଗରେ ତାଙ୍କୁ ରାଜଧାନୀ ଢାକାରେ କିଛି ଲୋକ ଅଟକ ରଖିଥିଲେ। ପୁଲିସ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କରିଛି।

ଗତକାଲି ମୁନ୍ନି ଶାହା ମିଡିଆ ଅଫିସ୍ ଛାଡ଼ି ଫେରୁଥିଲେ। ଏହି ସମୟରେ ଢାକାର କରୱାନ ବଜାର ଅଞ୍ଚଳରେ କିଛି ଲୋକ ତାଙ୍କୁ ଘେରି ଯାଇଥିଲେ। ଏଥିସହ ତାଙ୍କୁ ଜଣେ ଭାରତୀୟ ଏଜେଣ୍ଟ ଏବଂ ଦେଶ ଛାଡ଼ି ଚାଲି ଆସିଥିବା ପୂର୍ବତନ ପ୍ରଧାନମନ୍ତ୍ରୀ ଶେଖ ହାସିନାଙ୍କ ସମର୍ଥକ ବୋଲି ଅଭିଯୋଗ କରିଥିଲେ।

ସ୍ଥାନୀୟ ଗଣମାଧ୍ୟମର ରିପୋର୍ଟ ଅନୁସାରେ, ମୁନ୍ନି ଶାହ ଯେତେବେଳେ ଘରକୁ ଫେରୁଥିଲେ କିଛି ଲୋକ ତାଙ୍କ କାରକୁ ଅଟକାଇଥିଲେ। ତାଙ୍କୁ ଘରକୁ ଯିବାକୁ ଦେଇନଥିଲେ। ସେ କିଛି ସମୟ ସେଠାରେ ଅଟକି ରହିବା ପରେ ପୁଲିସ ତାଙ୍କୁ ସେଠାରୁ ଉଦ୍ଧାର କରିଛି।

ପୁଲିସ ମୁନି ଶାହାଙ୍କୁ ଆଣିବା ସମୟରେ ଲୋକମାନେ ତାଙ୍କ ବିରୁଦ୍ଧରେ ନାରାବାଜି ଦେଉଥିବା ଶୁଣିବାକୁ ମିଳୁଛି।

ଅନ୍ୟପଟେ, ପୁଲିସ ଶାହାଙ୍କୁ ନେବାକୁ ନେଇ ଆଉ ଏକ ଗୁଜବ ସୃଷ୍ଟି ହୋଇଥିଲା। ପୁଲିସ ତାଙ୍କୁ ଗିରଫ କରିଥିବା ଖବର ସାମ୍ନାକୁ ଆସିଥିଲା। ମାତ୍ର ପରେ ସ୍ପଷ୍ଟି ହୋଛି ଯେ ପୁଲିସ ତାଙ୍କୁ ଥାନାକୁ ନେବା ପରେ ସୁରକ୍ଷିତ ଭାବେ ଅଫିସରେ ଛାଡ଼ିଛି।

Share