Ca

ଭୁବନେଶ୍ୱର: ଓଡିଶା ଗସ୍ତ ସମୟରେ ମୁଖ୍ଯମନ୍ତ୍ରୀ ମୋହନ ମାଝିଙ୍କୁ ସାକ୍ଷାତ କରିଛନ୍ତି ବାଲାଜୀ ଟେଲିଫିଲ୍ମର ପରିଚାଳନା ନିର୍ଦ୍ଦେଶକ, ନିର୍ମାତା ଏକତା କପୁର।

ଓଡିଶା ବିଧାନସଭା ଚାମ୍ବରରେ ସେ ସାକ୍ଷାତ କରିଛନ୍ତି। ରାଜ୍ୟରେ ‘ଦ ସାବରମତି ରିପୋର୍ଟ’କୁ ଟିକସମୁକ୍ତ କରିବାକୁ ଓଡିଶା ସରକାରଙ୍କ ନିଷ୍ପତ୍ତି ପରେ ଏହି ବୈଠକ ଅନୁଷ୍ଠିତ ହୋଇଥିବା ଜଣାପଡିଛି।

ତେବେ ଏହି ଫିଲ୍ମକୁ ଟ୍ୟାକ୍ସ ମୁକ୍ତ କରିଥିବାରୁ ମୁଖ୍ୟମନ୍ତ୍ରୀଙ୍କୁ କୃତଜ୍ଞତା ଜଣାଇବା ସହ ମନ୍ତ୍ରୀ ପରିଷଦ ସହିତ ମିଶି ଚଳଚ୍ଚିତ୍ର ଦେଖିବା ପାଇଁ ଏକତା ତାଙ୍କୁ ଅନୁରୋଧ କରିଥିଲେ।

Share