Image 1733231187

ଭୁବନେଶ୍ୱର: ଅତ୍ୟାବଶ୍ୟକ ସାମଗ୍ରୀର ଦର ବୃଦ୍ଧି ତଥା ସ୍ୱାସ୍ଥ୍ୟସେବା ଖର୍ଚ୍ଚକୁ ଦୃଷ୍ଟିରେ ରଖି ଓଡିଶା ବିଧାନସଭାର ସଦସ୍ୟମାନେ ପୂର୍ବତନ ବିଧାୟକଙ୍କ ଦରମା ଏବଂ ପେନ୍ସନ୍ ବୃଦ୍ଧି କରିବାକୁ ଦାବି କରାଯାଇଛି।

ଗୃହରେ ଏହି ପ୍ରସଙ୍ଗକୁ ଅନେକ ବିଧାୟକ ସମର୍ଥନ କରିବା ସହ ମଧ୍ୟ ସ୍ୱାସ୍ଥ୍ୟ କ୍ଷେତ୍ରରେ ସାମ୍ବାଦିକମାନଙ୍କର ବୀମା କଭରେଜ୍ ବଢାଇବା ପାଇଁ ପଦକ୍ଷେପ ନେବାକୁ ଦାବି କରିଥିଲେ।

ସେହିପରି ବିଧାୟକମାନେ ସ୍ଥାନୀୟ ଅଞ୍ଚଳର ବିକାଶ ପାଣ୍ଠିକୁ ୩ କୋଟିରୁ ୫ କୋଟି ଟଙ୍କା ଏବଂ ସେମାନଙ୍କ ଦରମା ମାସିକ ୨.୫ ଲକ୍ଷ ଟଙ୍କାକୁ ବୃଦ୍ଧି କରିବା ନେଇ ଆଲୋଚନା କରିଛନ୍ତି। ସେହିଭଳି ବିଧାନସଭାର ପୂର୍ବତନ ସଦସ୍ୟଙ୍କ ପେନସନ ମାସକୁ ୭୦,୦୦୦ ଟଙ୍କାକୁ ବୃଦ୍ଧି କରାଯିବା ନେଇ ଆଲୋକପାତ କରିଥିଲେ।

Share