Suresh Pujari Bjp

ଭୁବନେଶ୍ଵର: ରାଜ୍ୟରେ କେହି ଆଦିବାସୀଙ୍କ ଜମି ଦଖଲ କରିପାରିବେନି। ଆଜି ବିଧାନସଭା ପ୍ରଶ୍ନକାଳରେ ଏଭଳି କିଛି ଉତ୍ତର ରଖିଛନ୍ତି ରାଜସ୍ଵ ମନ୍ତ୍ରୀ ସୁରେଶ ପୂଜାରୀ। ମନ୍ତ୍ରୀ କହିଛନ୍ତି ଯଦି କେହି ଆଦିବାସୀଙ୍କ ଜମି କିଣନ୍ତି, ତେବେ ତାହାକୁ ବେଆଇନ ଘୋଷଣା କରାଯିବା ସହ ଉଚ୍ଛେଦ କରି ଫେରସ୍ତ ନିୟମ ରହିଛି। ଆଦିବାସୀଙ୍କ ଜମି କ୍ରୟ ନେଇ  ୬୫୪ ମାମଲା ବିଚାରାଧୀନ ରହିଛି। ଆଦିବାସୀ ଜମି ଦଖଲ ନେଇ ୮୮୧  ମାମଲା ବିଚାରାଧୀନ ରହିଛି। ଆଦିବାସୀଙ୍କ ଜମି ଅଣ ଆଦିବାସୀମାନେ କିଣିବା ନେଇ ପ୍ରାୟ ୧୯, ୬୯୦ ମାମଲା ରହିଛି। ମାମଲାର ବିଚାର କ୍ଷମତା ଜିଲ୍ଲାପାଳ ମାନଙ୍କୁ ଦିଆଯାଇଛି। ଚଞ୍ଚକତା କରି ଆଦିବାସୀ ମାନଙ୍କ ଜମି ନେଇଥିଲେ , ଉପଜିଲ୍ଲାପାଳ ଏହାର ବିଚାର କରିବେ। ଏଭଳି ପ୍ରାୟ ୧୨ ହଜାର ୨୭୯ ମାମଲା ବିଚାରଧୀନ ଥିବା ରାଜସ୍ଵ ମନ୍ତ୍ରୀ ସୂଚନା ଦେଇଛନ୍ତି।

Share