Badminton Tournament 750x430

କଟକ: ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଡବ୍ଲ୍ୟୁଏଫ୍‌ ସୁପର ୧୦୦ ଓଡ଼ିଶା ମାଷ୍ଟର୍ସ ଆନ୍ତର୍ଜାତିକ ବ୍ୟାଡମିଣ୍ଟନ ପ୍ରତିଯୋଗିତାର ୩ୟ ସଂସ୍କରଣ । କଟକର ଜବାହରଲାଲ୍‌ ନେହେରୁ ଇନ୍‌ଡୋର ଷ୍ଟାଡିୟମ୍‌ରେ ଆଜି ଠାରୁ ଏହା ଅନୁଷ୍ଠିତ ହେବାକୁ ଥିବା ବେଳେ ଆସନ୍ତା ପର୍ଯ୍ୟନ୍ତ ଚାଲିବ ପ୍ରତିଯୋଗିତା । ଏହି ପ୍ରତିଯୋଗିତାରେ ୨୯ ଦେଶର ମୋଟ ୩୦୦ରୁ ଊର୍ଦ୍ଧ୍ବ ଖେଳାଳି ଭାଗ ନେଉଛନ୍ତି। ଯେଉଁଥିରେ ଓଡ଼ିଶାରୁ ୧୧ ଜଣ ଖେଳାଳି ଅଂଶଗ୍ରହଣ କରୁଛନ୍ତି।

ତେବେ ଏକକ, ଯୁଗଳ ଓ ମିଶ୍ରିତ ଯୁଗଳରେ ଉଭୟ ପୁରୁଷ ଓ ମହିଳା ବର୍ଗର ମ୍ୟାଚ୍‌ଗୁଡ଼ିକ ଅନୁଷ୍ଠିତ ହେବ। ଓଡ଼ିଶାରୁ ହର୍ଷିତା ରାଉତ ଏକମାତ୍ର ଖେଳାଳି ଭାବେ ଏକକ ବିଭାଗରେ ଖେଳିବେ। ପୁରୁଷ ଯୁଗଳରେ ଆୟୁଷ ପଟ୍ଟନାୟକ-ଅବିନାଶ ମହାନ୍ତି, ଅଭିଜିତ ମହାରଣା-ଅମ୍ରିତ ମହାନ୍ତି, ମହିଳା ଯୁଗଳରେ ଋତାପର୍ଣ୍ଣା ପଣ୍ଡା-ଶ୍ବେତାପର୍ଣ୍ଣା ପଣ୍ଡା, ବିଶାଖା ଟପ୍ପୋ-ପ୍ରଗତି ପରିଡ଼ା, ମିଶ୍ରିତ ଯୁଗଳରେ ଆୟୁଷ ଦାସ-ପୂର୍ବା ପ୍ରତ୍ୟାଶା ପଣ୍ଡା ଇତ୍ୟାଦି ଖେଳିବେ। ଯାହାର ବିଜେତା ପୁରସ୍କାର ରାଶି ପାଖାପାଖି ୮୫ ଲକ୍ଷ ରଖାଯାଇଛି।

ଏହାକୁ ନେଇ କ୍ରୀଡା ମନ୍ତ୍ରୀ ସୂର୍ଯ୍ୟବଂଶୀ ସୂରଜ କହିଛନ୍ତି, ଭାରତର ଶୀର୍ଷ ବ୍ୟାଡମିଣ୍ଟନ ଖେଳାଳି ଏହି ପ୍ରତିଯୋଗିତାରେ ଅଂଶଗ୍ରହଣ କରୁଥିଲା ବେଳେ ଆନ୍ତର୍ଜାତିକ ସ୍ତରରୁ ଖେଳାଳି ଆସୁଥିବାରୁ ସୁରକ୍ଷା ପ୍ରତି ବିଶେଷ ଧ୍ୟାନ ଦିଆଯାଇଛି । ସମସ୍ତ ପ୍ରତିଯୋଗୀ ଉତ୍ତମ ପ୍ରଦର୍ଶନ କରିବେ ବୋଲି ମୋର ଆଶା।

Share