Image 2024 12 15t173856.940

କୋରାପୁଟ: କୋରାପୁଟ ଜିଲ୍ଲାର ଜୟପୁର ଫୁଲବାଡ ଠାରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ବିକାଶ ମୁଳକ କାଯ୍ୟର ଲୋକାର୍ପଣ ଓ ଭିତ୍ତି ପ୍ରସ୍ତର ଦେଇଛନ୍ତି । ଜୟପୁର ସ୍ଥିତ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ନୁତନ କୋଠା, ସରକାରୀ ଆବାସୀକ ଗୃହ, ଏୟାରପୋର୍ଟର ନବ ନିର୍ମିତ ଟର୍ମିନାଲ କୋଠା ଲୋକାର୍ପଣ କରିଛନ୍ତି ।

ଏହା ସହ ସରକାରୀ ସେବିକା ମହାବିଦ୍ୟାଳୟ କୋରାପୁଟ ଭିତ୍ତି ପ୍ରସ୍ତର ଦେଇଛନ୍ତି । ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ୭ ମହଲା ବିଶିଷ୍ଟ ନୁତନ କୋଠା ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ।

ଜୟପୁର ବିଧାୟକ ତାରା ପ୍ରସାଦ ବାହିନିପତି ସ୍ୱାଗତ ଭାଷଣ ଦେଇଥିବା ବେଳେ ସମ୍ମାନିତ ଅତିଥି ଭାବେ ଗଣଶିକ୍ଷା ମନ୍ତ୍ରୀ ନିତ୍ୟା ନନ୍ଦ ଗଣ୍ଡ, କୋରାପୁଟ ବିଧାୟକ ରଘୁ ରାମ ମାଛ, କୋଟପାଡ ବିଧାୟକ ରୁପୁ ଭତ୍ରା, ପଟାଙ୍ଗି ବିଧାୟକ ରାମ ଚନ୍ଦ୍ର କାଡାମ, ଜିଲ୍ଲା ପରିଷଦର ସଭାନେତ୍ରୀ ସସ୍ମିତା ମେଲକା, କୋରପୁଟ ଜିଲାପାଳ ଭି. କତ୍ତି ଭାସନ, ଏସ୍ପି ରୋହିତ ବର୍ମା ଜିଲା ଚିକିତ୍ସାଧିକାରୀ ବରଦା କାନ୍ତ ମିଶ୍ର ପ୍ରମୁଖ ଉପସ୍ଥିତ ଥିଲେ ।

Share