2025 750x430

କଟକ: ଜିରୋ ନାଇଟ୍ ସେଲିବ୍ରେସନ ପାଇଁ ଚାରିଆଡେ ଆରମ୍ଭ ହେଲାଣି ପ୍ରସ୍ତୁତି। ହୋଟେଲ, ରେଷ୍ଟୁରାଣ୍ଟଠାରୁ ଆରମ୍ଭ କରି କ୍ଲବ ପର୍ଯ୍ୟନ୍ତ ସେଲିବ୍ରେସନ ପାଇଁ କେତେ କ’ଣ ପ୍ରସ୍ତୁତି ଚଳାଇଛନ୍ତି। ସହରର ସର୍ବପୁରାତନ କ୍ଲବ କଟକ କ୍ଲବରେ ଚଳିତ ବର୍ଷ ମୁମ୍ବାଇ, କୋଲକାତାର ଡାନ୍ସଗ୍ରୁପ, ଏରିୟଲ ଡାନ୍ସ ଆକର୍ଷଣ ସାଜିବ। ମୁମ୍ବାଇର ଗାୟିକା ସୁଶ୍ଵାତି ମଲ୍ଲିକ ମଧ୍ୟ ସଂଗୀତ ପରିବେଷଣ କରିବେ। ସେହିପରି ୟୁନିୟନ କ୍ଲବରେ ଇଣ୍ଡିଆନ ଆଇଡଲର ମନୀଷା କରମାକର, ଅବୀର ରୟ, କୋଲକାତା ଡାନ୍ସ ଗ୍ରୁପ, ମୁମ୍ବାଇର ଡାନ୍ସଗ୍ରୁପ ପ୍ରମୁଖ କାର୍ଯ୍ୟକ୍ରମ ପରିବେଷଣ କରିବେ।
ସେହିପରି ଓସିଏ କ୍ଲବରେ ଚଳିତବର୍ଷ ଜିରୋ ନାଇଟ୍ ସେଲିବ୍ରେସନ ବାତିଲ କରାଯାଇଛି। ପୂର୍ବତନ ପ୍ରଧାନମନ୍ତ୍ରୀଙ୍କ ଦେହାନ୍ତ ଯୋଗୁଁଁ କାର୍ଯ୍ୟକ୍ରମ ବାତିଲ କରାଯାଇଥିବା ଜଣାପଡ଼ିଛି। ସେପଟେ କମିଶନରେଟ ପୁଲିସ ପକ୍ଷରୁ ବ୍ୟାପକ ବନ୍ଦୋବସ୍ତ କରାଯାଇଛି। ସହରରେ ୮ ପ୍ଲାଟୁନ ପୁଲିସ ଫୋର୍ସ ସହ ନାଇଟ ବ୍ଲକିଂ ଓ ଚେକିଂ ଜୋରଦାର ଓ ମଦୁଆ ଧରପକଡ଼ କରାଯିବ। ଏହାସହ ଜିରୋ ନାଇଟ୍ ସେଲିବ୍ରେସନ ରାତି ୧୨ଟା ପର୍ଯ୍ୟନ୍ତ ଅନୁମତି ଦିଆଯିବ ଏହାପରେ ଯଦି କେହି ସେଲିବ୍ରେସନ କରିବେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଡିସିପି କହିଛନ୍ତି।

Share