ଖରାପ ସମୟରେ ଶ୍ରୀକୃଷ୍ଣ ଓ ଗୀତା ସବୁବେଳେ ମୋତେ ସାହାଯ୍ୟ କରନ୍ତି : ତୁଳସୀ ଗାବାର୍ଡ୍

President Trump Swears In Tulsi Gabbard As Director Of National Intelligence
WASHINGTON, DC - FEBRUARY 12: Tulsi Gabbard is sworn in as Director of National Intelligence in the Oval Office at the White House on February 12, 2025 in Washington, DC. Gabbard, who will oversee the 18 intelligence agencies and serve as Trump's advisory on intelligence, was confirmed by the Senate 52-48. (Photo by Andrew Harnik/Getty Images)

ନୂଆଦିଲ୍ଲୀ : ଏହା ଆମ ଶାସ୍ତ୍ରରେ ଲେଖାଯାଇଛି, ଯେତେବେଳେ ବି ଅସୁବିଧା ଉପୁଜିବ, ଶ୍ରୀମଦ୍ ଭଗବତ ଗୀତା ପଢ଼ନ୍ତୁ। ଏହା ଆପଣଙ୍କୁ ବାଟ ଦେଖାଇଥାଏ । ମହାଜ୍ଞାନୀଙ୍କଠାରୁ ଆରମ୍ଭ କରି ସାଧାରଣ ଲୋକଙ୍କ ପର୍ଯ୍ୟନ୍ତ ସମସ୍ତେ ସବୁବେଳେ ଏହି ମନ୍ତ୍ରକୁ ଆପଣାଇଛନ୍ତି । ଏବେ ଆମେରିକାର ଗୁଇନ୍ଦା ମୁଖ୍ୟ (ନ୍ୟାସନାଲ ଇଣ୍ଟେଲିଜେନ୍ସ ଡାଇରେକ୍ଟର) ତୁଳସୀ ଗାବାର୍ଡ ମଧ୍ୟ ସମାନ କଥା କହିଛନ୍ତି।
ତୁଳସୀ କହିଛନ୍ତି, ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଯୁଦ୍ଧ କ୍ଷେତ୍ରରେ ସେବା କରିବା ହେଉ କିମ୍ବା ଆଜି ଆମେ ସମ୍ମୁଖୀନ ହେଉଥିବା ଆହ୍ୱାନ, ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଶିକ୍ଷାରେ ତାହାର ଉତ୍ତର ରହିଛି… ମୁଁ ମୋର ସର୍ବୋତ୍ତମ ଏବଂ ଖରାପ ସମୟରେ ଏହି ବାଣୀ ଉପରେ ନିର୍ଭର କରେ।
ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ ତୁଳସୀ ଗାବାର୍ଡ କହିଛନ୍ତି, ବିଶ୍ୱର ବିଭିନ୍ନ ପ୍ରାନ୍ତରେ ଯୁଦ୍ଧ କ୍ଷେତ୍ରରେ ସେବା କରିବା ହେଉ କିମ୍ବା ଆଜି ଆମେ ସମ୍ମୁଖୀନ ହେଉଥିବା ଆହ୍ୱାନ, ଭଗବତ ଗୀତାରେ ଭଗବାନ ଶ୍ରୀକୃଷ୍ଣ ଅର୍ଜୁନଙ୍କୁ ଦେଇଥିବା ଶିକ୍ଷାରେ ତାହାର ଉତ୍ତର ରହିଛି… ମୁଁ ମୋର ସର୍ବୋତ୍ତମ ଏବଂ ଖରାପ ସମୟରେ ଏହି ବାଣୀ ଉପରେ ନିର୍ଭର କରେ। ତୁଳସୀ ୨୦୧୩ ମସିହାରେ ଆମେରିକୀୟ ପ୍ରତିନିଧି ସଭାରେ ପ୍ରଥମ ହିନ୍ଦୁ ଆମେରିକୀୟ କଂଗ୍ରେସ ସଦସ୍ୟ ଭାବରେ ଭଗବତ ଗୀତା ଉପରେ ହାତ ରଖି ଶପଥ ଗ୍ରହଣ କରିଥିଲେ । ତୁଳସୀ ଗବାର୍ଡ ଭଗବାନ ଶ୍ରୀକୃଷ୍ଣଙ୍କ ଭକ୍ତ ଏବଂ ଭଗବତ ଗୀତାକୁ ତାଙ୍କର ଆଧ୍ୟାତ୍ମିକ ପ୍ରେରଣା ଭାବରେ ଅନେକ ଥର ଉଲ୍ଲେଖ କରିଛନ୍ତି ।
ଆମେରିକୀୟ ନେତାମାନଙ୍କ ମଧ୍ୟରେ ଭଗବତ ଗୀତା ଏବଂ ଭଗବାନ କୃଷ୍ଣଙ୍କ ପ୍ରତି ସମ୍ମାନ ଓ ଶ୍ରଦ୍ଧା ପ୍ରକାଶ କରିବାର ପରମ୍ପରା ରହିଛି । ଏହା ପୂର୍ବରୁ ଏଫବିଆଇ ନିର୍ଦ୍ଦେଶକ ଭାବେ ନିଯୁକ୍ତ ହୋଇଥିବା ଭାରତୀୟ-ଆମେରିକୀୟ ଓକିଲ କାଶ ପଟେଲ ଆମେରିକୀୟ ହାଉସରେ ଶୁଣାଣି ସମୟରେ ତାଙ୍କ ପିତାମାତାଙ୍କୁ ‘ଜୟ ଶ୍ରୀକୃଷ୍ଣ’ କହି ପରିଚୟ ଦେଇଥିଲେ।

Share