Special Flights 1

ଭୁବନେଶ୍ବର: ଭୁବନେଶ୍ୱର ରୁ ଗୋଆକୁ ଉଡିବ ବିମାନ । ବିମାନ ସେବା କ୍ଷେତ୍ରରେ ଓଡ଼ିଶା ଇତିହାସରେ ଆଉ ଏକ ଫର୍ଦ୍ଦ ଯୋଡ଼ି ହେବ । ଆସନ୍ତା ଅପ୍ରେଲ୍‌ ୧ ତାରିଖ ଠାରୁ ଉତ୍କଳ ଦିବସ ଅବସରରେ ଓଡ଼ିଶାରୁ ଗୋଆକୁ ସିଧାସଳଖ ବିମାନ ସେବା ଉପଲବ୍ଧ ହେବ । ଏହି ନୂତନ ବିମାନ ସେବା ପାଇଁ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ପ୍ରଶଂସା କରିଛନ୍ତି ।

ରାଜ୍ୟ ସରକାରଙ୍କ ନ୍ୟୁ ଡେଷ୍ଟିନେସନ୍‌ ପଲିସି ଅନୁଯାୟୀ ଭୁବନେଶ୍ବରରୁ ଗୋଆକୁ ବିମାନ ଚଳାଚଳ କରିବ । ଆସନ୍ତା ଅପ୍ରେଲ୍‌ ୧ ତାରିଖ ଠାରୁ ପ୍ରତି ମଙ୍ଗଳବାର, ବୁଧବାର, ଗୁରୁବାର ଓ ଶନିବାର ଦିନ ଭୁବନେଶ୍ବରରୁ ଗୋଆକୁ ବିମାନ ଚଳାଚଳ କରିବ। ଘରୋଇ ବିମାନ କଂପାନି ‘ଇଣ୍ଡିଗୋ’ରେ ଭୁବନେଶ୍ବରରୁ ବିମାନଯାତ୍ରୀମାନେ ଗୋଆ ଯାଇପାରିବେ। ପୁଣି ଗୋଆରୁ ଇଣ୍ଡିଗୋର ବିମାନରେ ଭୁବନେଶ୍ବର ଫେରିପାରିବେ। କେନ୍ଦ୍ର ସହାୟତାରେ ରାଜ୍ୟ ସରକାର ବିକଶିତ ଓଡ଼ିଶାକୁ ଦୃଷ୍ଟିରେ ରଖି ଦେଶର ବିଭିନ୍ନ ଗୁରୁତ୍ବପୂର୍ଣ୍ଣ ସ୍ଥାନକୁ ବିମାନ ଚଳାଇବା ପାଇଁ ପଦକ୍ଷେପ ନେଇଛନ୍ତି।

Share