ରଥଯାତ୍ରା ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି

Arabinda padhee transformed

ପୁରୀ: ଏଏସଆଇ ଓ ଶ୍ରୀମନ୍ଦିର ପ୍ରଶାସନ ମଧ୍ୟରେ ଗୁରୁତ୍ଵପୂର୍ଣ୍ଣ ବୈଠକ। ରଥଯାତ୍ରା ଯାଏ ବନ୍ଦ ରହିବ ରତ୍ନଭଣ୍ଡାର ମରାମତି। ୨୯ରୁ ଜୁନ୍ ୨୭ ଯାଏଁ ବନ୍ଦ ରହିବ ରତ୍ନଭଣ୍ଡାର କାମ। ରତ୍ନଭଣ୍ଡାର ମରାମତି ବୈଠକ ପରେ ମୁଖ୍ୟ ପ୍ରଶାସକ ଦେଲେ ସୂଚନା। ୪ ମାସରୁ ଊର୍ଦ୍ଧ୍ବ ସମୟରେ ୧୯୩ ଘଣ୍ଟା ୫ ମିନିଟ୍‌ର କାମ ହୋଇଛି। ଭିତର ରତ୍ନଭଣ୍ଡାର କାମ ପ୍ରାୟ ସରିଛି। ଚଟାଣ କାମ ବାକି ଅଛି।

୨୯ ଏପ୍ରିଲ ଚନ୍ଦନ ଅଧିବାସ, ୩୦ ଏପ୍ରିଲ ଅକ୍ଷୟ ତୃତୀୟା ନୀତି ଯୋଗୁଁ ବନ୍ଦ ରହିବ କାର୍ଯ୍ୟ। ବାହାର ଚନ୍ଦନ, ଭିତର ଚନ୍ଦନ, ସ୍ନାନ ପୂର୍ଣ୍ଣିମା, ଅନବସର ନୀତି ଥିବାରୁ ବନ୍ଦ ରହିବ ମରାମତି କାର୍ଯ୍ୟ। ଜୁନ ୨୭ ରେ ମହାପ୍ରଭୁ ଘୋଷଯାତ୍ରାରେ ଗଲେ ୨୮ ତାରିଖରୁ ଆରମ୍ଭ ହେବ କାର୍ଯ୍ୟ । ରତ୍ନଭଣ୍ଡାର ମରାମତିକୁ ନେଇ ଆଜି ଗୁରୁତ୍ଵପୂର୍ଣ୍ଣ ବୈଠକ ଶ୍ରୀମନ୍ଦିର କାର୍ଯ୍ୟାଳୟରେ ଅନୁଷ୍ଠିତ ହୋଇଛି ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ବୈଠକରେ ଏଏସଆଇର ଅଧିକାରୀ, ଛତିଶା ନିଯୋଗ ମହାନାୟକ, ଭଣ୍ଡାର ମେକାପ, ଦେଉଳକରଣ, ତଢ଼ଉକରଣ ଓ ଶ୍ରୀମନ୍ଦିର ପ୍ରଶାସନର ଅଧିକାରୀ ଉପସ୍ଥିତ ଥିଲେ। ରତ୍ନଭଣ୍ଡାରର ମରାମତି ପ୍ରାୟ ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିନ୍ତୁ ପୂର୍ଣ୍ଣାଙ୍ଗ ମରାମତି କାର୍ଯ୍ୟ ରଥଯାତ୍ରା ପରେ ହିଁ ସଂପୂର୍ଣ୍ଣ ହେବ ବୋଲି ବୈଠକ ପରେ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି। ଗ୍ରାନାଇଟ ଫ୍ଲୋରିଂ କାମ ବାକି ରହିଛି।

ବାହାର ଭଣ୍ଡାରରେ ୯ଟି ବକ୍ସ ବିମ ଲାଗିଛି। ଆହୁରି ୫ ଟି ଷ୍ଟେନଲେସ ବିମ ଲାଗିବ। ଲେଜର ସ୍କାନିଂ ରିପୋର୍ଟ ଅନୁସାରେ ବୈଷୟିକ ପ୍ରଣାଳୀରେ ଜାରି ରହିଛି କାର୍ଯ୍ୟ। ଶ୍ରୀଗୁଣ୍ଡିଚା ଯାତ୍ରା ମଧ୍ୟରେ ଭଣ୍ଡାର ଘର ମରାମତି କାର୍ଯ୍ୟ ସାରିବାକୁ ଲକ୍ଷ୍ୟ ରହିଛି। ଭିତର ରତ୍ନ ଭଣ୍ଡାର କାମ ସରିଛି। ବାହାର ରତ୍ନ ଭଣ୍ଡାର କାମ ଅଳ୍ପ ବାକି ରହିଛି ଆଉ ମାତ୍ର ୫୦ ରୁ ୬୦ ଘଣ୍ଟା ର କାମ ପରେ ତାହା ବି ଶେଷ ହେବ ବୋଲି ଆଇନ ମନ୍ତ୍ରୀ କହିଛନ୍ତି।

Share