ଭୁବନେଶ୍ବର: ଦୁଇ ନାବାଳକ ଓ ନାବାଳିକା ନିଖୋଜ ମାମଲାର ପର୍ଦ୍ଦାଫାସ । ଭୁବନେଶ୍ବର ମଞ୍ଚେଶ୍ବର ଓ ପାହାଳ ଅଞ୍ଚଳରୁ ନିଖୋଜ ନାବାଳକ ଓ ନାବାଳିକାଙ୍କୁ ଉଦ୍ଧାର କରିଛି ପୋଲିସ । ୩୦ଟି ସିସିଟିଭି ଫୁଟେଜ ଯାଞ୍ଚ କରି ପିଲାଙ୍କ ନିକଟରେ ପହଞ୍ଚିଥିଲା ପୋଲିସ ।
ସୂଚନା ଅନୁସାରେ ଗତ ୧ ତାରିଖରେ ମାଛ କିଣିବାକୁ ଯାଇ ମଞ୍ଚେଶ୍ବର ଅଞ୍ଚଳରୁ ଜଣେ ନାବାଳିକା ନିଖୋଜ ହୋଇଯାଇଥିଲେ । ଏତଲା ପରେ ୩୦ଟି ସିସିଟିଭି ଯାଞ୍ଚ କରି ମଞ୍ଚେଶ୍ବର ଥାନା ଭୋଟପଡ଼ା ଷ୍ଟେସନ ପାଖ ବସ୍ତିରୁ ଉଦ୍ଧାର କରାଯାଇଥିଲା । ଉଦ୍ଧାର ନାବାଳିକାଙ୍କ ନଖ ଉପୁଡ଼ା ଯାଇଥିବା ପୋଲିସ ସୂଚନା ଦେଇଛି । ତେବେ ପିଲା ଚୋରିନେଇ କୌଣସି ସୁରାକ ମିଳିନାହିଁ ।
ଗତକାଲି ପାହାଳ ଅଞ୍ଚଳରୁ ୯ ବର୍ଷର ନାବାଳକ ନିଖୋଜ ହୋଇଥିଲା । ଅଭିଯୋଗର ୧୨ ଘଣ୍ଟା ମଧ୍ୟରେ ନାବାଳକ ଉଦ୍ଧାର ହୋଇଛନ୍ତି । ପାହାଳ ଥାନା ଅଧିକାରୀ ଅଶ୍ୱିନୀ ଜେନାଙ୍କ ନେତୃତ୍ୱରେ ଟିମ ବିଭିନ୍ନ ସ୍ଥାନରେ ଚଢ଼ାଉ କରି ପିଲାଟିକୁ ଉଦ୍ଧାର କରିଥିବା ସୂଚନା ଦେଇଛନ୍ତି ପୋଲିସ କମିଶନର ।