1

ସାଲେପୁର : କଟକ ସାଲେପୁର ରାସ୍ତାର ସାଲେପୁର ଥାନା ନାନ୍ଦୋଳଗଡ଼ା ଛକ ନିକଟରେ ଟ୍ରକ୍‌ ପଛ ପଟେ ବାଇକ୍‌ ପିଟି ହୋଇ ଦଶମ ଶ୍ରେଣୀ ଛାତ୍ରଙ୍କ ମୃତ୍ୟୁ ଘଟିଛି। ଛାତ୍ର ଜଣକ ସାଲେପୁର ପବ୍ଲିକ ସ୍କୁଲରେ ୧୦ମ ଶ୍ରେଣୀରେ ପଢୁଥିବା ସୂଚନା ମିଳିଛି। ମୃତ ଛାତ୍ର ଜଣକ ହେଲେ ମୟୂରଭଞ୍ଜର ତ୍ରିଦେବ ସୋରେନଙ୍କ ପୁଅ ସୁନ୍ଦର ମୋହନ ସୋରେନ। ବାପା ଚାକିରି କରିଥିବା ବେଳେ ପରିବାର ସହ ସାଲେପୁର କଳାରୁଦ୍ର ଗେଷ୍ଟ ହାଉସ୍‌ରେ ଭଡ଼ା ନେଇ ରହୁଥିଲେ।

ସୂଚନା ମୁତାବକ ଦଶମଶ୍ରେଣୀ ଛାତ୍ର ସୁନ୍ଦର ମୋହନ ସୋରେନ ଭୁବନେଶ୍ୱରରୁ ବାଇକ୍‌ରେ ସାଲେପୁରକୁ ଫେରୁଥିବା ବେଳେ ନାନ୍ଦୋଳଗଡ଼ା ଛକ ନିକଟରେ ଟ୍ରକ ସହ ପଛପଟୁ ଦୁର୍ଘଟଣା ହୋଇଥିଲା। ଘଟଣାସ୍ଥଳରୁ ଟ୍ରକ୍‌ଟି ଫେରାର ହୋଇଯାଇଛି। ସ୍ଥାନୀୟ ଲୋକେ ଗୁରୁତର ଅବସ୍ଥାରେ ନାବାଳକ ଛାତ୍ର ସୁନ୍ଦର ମୋହନକୁ ଉଦ୍ଧାର କରି ସାଲେପୁର ମେଡିକାଲକୁ ଆଣିଥିଲେ। ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଛନ୍ତି। ମା-ବାପାଙ୍କ କାନ୍ଦ ବୋବାଳିରେ ଫାଟି ପଡୁଛି ମେଡିକାଲ। ଏକମାତ୍ର ନାବାଳକ ପୁଅକୁ ହରାଇ ବାପା ମା’ ଭାଙ୍ଗି ପଡ଼ିଛନ୍ତି। ଘଟଣାସ୍ଥଳରେ ସାଲେପୁର ପୋଲିସ ପହଞ୍ଚି ମୃତଦେହକୁ ଜବତ କରି ତଦନ୍ତ ଚଳାଇଛି।

Share