Amb

ଭୁବନେଶ୍ୱର : ଏଣିକି ଅନଲାଇନରେ ବୁକ୍ ହେବ ଆମ୍ବୁଲାନ୍ସ । ଅନଲାଇନରେ ଆମ୍ବୁଲାନ୍ସ ବୁକିଂ କରିବେ ସାଧାରଣ ଲୋକ  । ଏନେଇ ସୂଚନା ଜାରି କରିଛନ୍ତି ପରିବହନମନ୍ତ୍ରୀ ବିଭୂତି ଭୂଷଣ ଜେନାଙ୍କ ସୂଚନା । ଖୁବଶୀଘ୍ର ପ୍ରକ୍ରିୟା ଆରମ୍ଭ ହେବାକୁ ଯାଉଛି ।

ସେ କହିଛନ୍ତି ଯେ, ଓଡ଼ିଶା ଯାତ୍ରୀ ଆପ୍‌ରେ ଯୋଡ଼ି ହେବ ଆମ୍ବୁଲାନ୍ସ ସେବା । ପରିବହନ ବିଭାଗ ହାତରେ ରହିବ ସଂରକ୍ଷଣ ଦାୟିତ୍ୱ ।  କ୍ରୁଟ ସହାୟତାରେ ଏହାକୁ ଚଲାଯିବ ।  ଏହାର ରୋଡ୍ ଚାର୍ଟ ସରକାର ନିର୍ଦ୍ଧାରିତ କରିବେ। ସରକାରୀ ସହ ଘରୋଇ ଅମ୍ବୁଲାନ୍ସ ସେବା ପାଇବେ ।  ଲୋକଙ୍କୁ ଏହି ସୁବିଧା ଯୋଗାଇ ଦେବାକୁ ଖୁବଶୀଘ୍ର ପରିବହନ ବିଭାଗ ପ୍ରକ୍ରିୟା ଆରମ୍ଭ କରିବ ବୋଲି ମନ୍ତ୍ରୀ କହିଛନ୍ତି ।

Share