Harasment

ଭୁବନେଶ୍ୱର : ରବିବାର ସନ୍ଧ୍ୟାରେ ଗୋପାଳପୁର ବିଚରେ ଗଣଦୁଷ୍କର୍ମ ଘଟଣାରେ ୪ ଜଣ ନାବାଳକ ସଂପୃକ୍ତ ଥିବା ବେଳେ ସେମାନଙ୍କୁ ବାଳ ଅପରାଧୀ ନୁହେଁ ସାବାଳକ ଅପରାଧୀ ଭାବେ ବିବେଚନା କରିବାକୁ ଆବେଦନ କରିଛି ପୋଲିସ । ବ୍ରହ୍ମପୁର ପୋଲିସ ଜୁଭେନାଇଲ ଜଷ୍ଟିସ ବୋର୍ଡରେ ଏ ସମ୍ପର୍କରେ ଆବେଦନ କରିଛି। ଗଣଦୁଷ୍କର୍ମ ଭଳି ସଙ୍ଗୀନ ଅପରାଧରେ ଜଡିତ ଥିଲେ ୪ ନାବାଳକ । ଦେଶରେ ନିର୍ଭୟା ଗଣ ଦୁଷ୍କର୍ମ ମାମଲା ପରେ ୧୬ବର୍ଷରୁ ୧୮ ବର୍ଷ ବୟସର ବାଳ ଅପରାଧୀ ମାନଙ୍କୁ ସ୍ଥଳ ବିଶେଷରେ ସାବାଳକ ଅପରାଧୀ ଭାବେ ବିବେଚନା କରାଯାଇ ପାରିବ ବୋଲି ପ୍ରସ୍ତାବ ରହିଥିଲା । ଅଭିଯୁକ୍ତଙ୍କ ବିରୋଧରେ ବିଏନଏସ ଧାରା ୭୦ (୧) ୨୯୬, ୩୫୧ (୩) ଓ ୩୧୦(୨) ଲଗାଇଛି ପୋଲିସ ।

ଏପଟେ ବେଳାଭୂମିର ୮ କିଲୋମିଟର ପରିଧି ଅଞ୍ଚଳରେ ପର୍ଯ୍ୟଟକଙ୍କ ସୁରକ୍ଷା ସହ ପାଟ୍ରୋଲିଂ କଡାକଡି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ବ୍ରହ୍ମପୁର ଏସପି ସର୍ବଣା ବିବେକ ଏମ । ସୂର୍ଯ୍ୟାସ୍ତ ପରେ ବିଚ ଅନ୍ଧାକାର ଓ ନିଛାଟିଆ ରହୁଛି । ଫଳରେ ଅସାମାଜିକ କାର୍ଯ୍ୟକଳାପ ବଢ଼ିଚାଲିଛି ।

Share