ନୂଆଦିଲ୍ଲୀ:ଯଦି ଆପଣଙ୍କର ଏକ ପୁରୁଣା ଗାଡ଼ି ଅଛି ଓ ଯାହାର ପଞ୍ଜିକରଣ ରିନ୍ୟୁ କରିବାକୁ ଚାହୁଁଛନ୍ତି, ତେବେ ଏବେ ଆପଣଙ୍କୁ ଏକ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ହଁ, ଆଜ୍ଞା ସଡ଼କ ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ୨୦ବର୍ଷରୁ ଅଧିକ ପୁରୁଣା ଗାଡ଼ି ପାଇଁ ପଞ୍ଜିକରଣ ରିନ୍ୟୁଅଲ ଶୁଳ୍କକୁ ବୃଦ୍ଧି କରିଛି।
୨୦ ବର୍ଷ ପୁରୁଣା ଯାନବାହନ ଉପରେ ସରକାର ଏକ କଠୋର ନିଷ୍ପତ୍ତି ନେଇଛନ୍ତି। ପରିବହନ ଏବଂ ରାଜପଥ ମନ୍ତ୍ରଣାଳୟ ସ୍ପଷ୍ଟ କରିଛି ଯେ ଏବେ ଏପରି ଯାନର ପଞ୍ଜୀକରଣ ନବୀକରଣ ଫି ପ୍ରାୟ ଦ୍ୱିଗୁଣିତ ହେବ।
ନୂତନ ବ୍ୟବସ୍ଥା ଅନୁଯାୟୀ, ମୋଟରସାଇକେଲର ରିନ୍ୟୁଅଲ ଫି ଏବେ ୨,୦୦୦ ଟଙ୍କା ହୋଇଛି, ଯାହା ପୂର୍ବରୁ ୧,୦୦୦ ଟଙ୍କା ଥିଲା। ତିନି ଚକିଆ କିମ୍ବା କ୍ୱାଡ୍ରିସାଇକେଲ ପାଇଁ ଏହା ୫,୦୦୦ ଟଙ୍କା, ଯାହା ପୂର୍ବରୁ ୩,୫୦୦ ଟଙ୍କା ଥିଲା। ଅନ୍ୟପକ୍ଷରେ, ହାଲୁକା ମୋଟର ଯାନ ପାଇଁ ଆପଣଙ୍କୁ ୧୦,୦୦୦ ଟଙ୍କା ଦେବାକୁ ପଡିବ, ଯାହା ପୂର୍ବରୁ ୫,୦୦୦ ଟଙ୍କା ଥିଲା।

