ପୁରୀ: ରାଜ୍ୟ ତଥା ଦେଶ ପାଇଁ ଗୌରବ ଆଣିଲେ ଓଡିଆ ପୁଅ । ନେପାଳରେ ୨ଟି ସ୍ଵର୍ଣ୍ଣ ପଦକ ଜିତିଲେ ଓଡ଼ିଆ ତଥା ଶ୍ରୀକ୍ଷେତ୍ରର ପୁଅ ଦେବୀ ପ୍ରସାଦ । ଏସିଆନ୍ ଶକ୍ତିଉତ୍ତୋଳନ ପ୍ରତିଯୋଗୀତାରେ ବାଜିମାତ କରିଛନ୍ତି ଦେବୀ । ଏସିଆନ ପ୍ରତିଯୋଗୀତା ପାଇଁ ମନୋନୀତ ହୋଇ ୧୫ ଅଗଷ୍ଟରୁ ୧୭ ଅଗଷ୍ଟ କାଠମାଣ୍ଡୁରେ ଆୟୋଜିତ କାର୍ଯ୍ୟକ୍ରମରେ ସେ ଦୁଇ ୨ଟି ପଦକ ଜିତିଛନ୍ତି ।

