Dewatermark.ai 1756102450725

ଭୁବନେଶ୍ୱର: କେନ୍ଦ୍ର ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ କେ ରାମ ମୋହନ ନାଇଡୁ ସୋମବାର ଭୁବନେଶ୍ୱରର ବିଜୁ ପଟ୍ଟନାୟକ ଅନ୍ତର୍ଜାତୀୟ ବିମାନବନ୍ଦରରେ ବିମାନ ଯାତ୍ରୀଙ୍କ ପାଇଁ ସୁଲଭ ଖାଦ୍ୟ ଏବଂ ପାନୀୟ ବିକଳ୍ପ ସହିତ ‘ଉଡାନ ଯାତ୍ରୀ’ କାଫେର ଉଦଘାଟନ କରିଛନ୍ତି।

ଏହି ପଦକ୍ଷେପ ସମସ୍ତ ଯାତ୍ରୀଙ୍କ ପାଇଁ ବିମାନ ଯାତ୍ରାକୁ ସୁଲଭ ଏବଂ ଆରାମଦାୟକ କରିବା ପାଇଁ ନିଆଯାଇଛି। କୋଲକାତା, ଚେନ୍ନାଇ, ଅହମ୍ମଦାବାଦ ଏବଂ ପୁଣେରେ ମଧ୍ୟ ସମାନ କାଫେ ଖୋଲାଯାଇଛି। ସରକାର ଗୋଟିଏ ବର୍ଷ ମଧ୍ୟରେ ଏହି କାଫେଗୁଡ଼ିକୁ ୧୦-୧୫ ପ୍ରମୁଖ ଭାରତୀୟ ବିମାନବନ୍ଦରକୁ ବିସ୍ତାର କରିବାକୁ ଯୋଜନା କରୁଛନ୍ତି।

କେନ୍ଦ୍ରମନ୍ତ୍ରୀ ସୂଚନା ଦେଇଛନ୍ତି ଯେ ବର୍ଦ୍ଧିତ ଯାତ୍ରୀ ଯାତାୟାତକୁ ଦୃଷ୍ଟିରେ ରଖି ଭୁବନେଶ୍ୱର ବିମାନବନ୍ଦରରେ ଟର୍ମିନାଲ-୩ ଯୋଜନା କରାଯାଉଛି। ସେ ଏହା ମଧ୍ୟ ଉଲ୍ଲେଖ କରିଛନ୍ତି ଯେ ଯଦି ଜମି ଉପଲବ୍ଧ ହୁଏ ଏବଂ ରାଜ୍ୟ ସରକାର ଏହାର ସମର୍ଥନ କରନ୍ତି ତେବେ ରାଜ୍ୟର ୨୦ ଟି ନୂଆ ଏୟାରଷ୍ଟ୍ରିପ ହୋଇପାରିବ।

ପୁରୀ ବିମାନବନ୍ଦର ପ୍ରକଳ୍ପ ସମ୍ପର୍କରେ ସେ କହିିଛନ୍ତି ଯେ ସ୍ଥାନ ପାଇଁ ମଞ୍ଜୁରୀ ପ୍ରଦାନ କରାଯାଇଥିବା ବେଳେ ନିର୍ମାଣ କାର୍ଯ୍ୟ ରାଜ୍ୟ ସରକାରଙ୍କ ଦ୍ୱାରା ପରିଚାଳିତ ହେବ। “ଭଗବାନ ଜଗନ୍ନାଥଙ୍କ ଆଶୀର୍ବାଦରେ ପୁରୀ ବିମାନବନ୍ଦର ଶୀଘ୍ର ବାସ୍ତବତାରେ ପରିଣତ ହେବ ବୋଲି ଆମେ ଆଶା କରୁଛୁ।

 

Share