ଭୁବନେଶ୍ବର: ଅଗଷ୍ଟ ୨୭ ତାରିଖ ଅର୍ଥାତ୍ ଆସନ୍ତାକାଲି ଚାଷୀଙ୍କୁ ମିଳିବ ରାଜ୍ୟ ସରକାରଙ୍କ ସିଏମ୍-କିଷାନ ଯୋଜନାର କିସ୍ତି । ଏହି ଯୋଜନାରେ ରାଜ୍ୟ ସରକାର ଦୁଇଟି କିସ୍ତିରେ ୪ହଜାର ଟଙ୍କା ପ୍ରଦାନ କରିଥାନ୍ତି । ୨୮ ତାରିଖ ‘ନୂଆଁଖାଇ’ ପଡୁଥିବାରୁ ଏହାର ଠିକ ଗୋଟିଏ ଦିନ ପୂର୍ବରୁ ଏହା ପ୍ରଦାନ କରାଯିବ ବୋଲି ନିଷ୍ପତ୍ତି ହୋଇଛି ।
ତେବେ ପ୍ରତି ଚାଷୀଙ୍କ ବ୍ୟାଙ୍କଖାତାକୁ ସିଧାସଳଖ ୨ ହଜାର ଟଙ୍କା ଲେଖାଏଁ ପଠାଯିବ ବୋଲି ସୂଚନା ରହିଛି । ଏହାଦ୍ବାରା ଓଡ଼ିଶାର ୫୨ ଲକ୍ଷ କ୍ଷୁଦ୍ର ଓ ନାମ ମାତ୍ର ଚାଷୀ ଉପକୃତ ହେବେ ।

