Building collapse 1068x601

ମୁମ୍ବାଇ : ମୁମ୍ବଇର ପୂର୍ବ ବିରାର ଅଞ୍ଚଳରେ ଏକ ଆବାସିକ କୋଠା ଭୁଶୁଡ଼ି ୧୫ ଜଣଙ୍କ ମୃତ୍ୟୁ ଘଟିଛି। ଏଥିରେ ଅନ୍ୟ ୯ ଜଣ ଗୁରୁତର ଆହତ ହୋଇଛନ୍ତି।
ସ୍ଥାନୀୟ ପ୍ରଶାସନର ସୂଚନା ଅନୁସାର, ମଙ୍ଗଳବାର ବିଳମ୍ବିତ ରାତିରେ ଏହି ଦୁର୍ଘଟଣା ରାମାବାଇ ଆପାର୍ଟମେଣ୍ଟରେ ଘଟିଛି। କୋଠା ଭୁଶୁଡ଼ିବା ସମୟରେ ଆପାର୍ଟମେଣ୍ଟର ୪ର୍ଥ ମହଲାରେ ଏକ ଜନ୍ମଦିନ ଉତ୍ସବ ପାଳନ ହେଉଥିଲା। ଖବରପାଇ ତୁରନ୍ତ ପୁଲିସ, ଅଗ୍ନିଶମ କର୍ମଚାରୀ ଏବଂ ଆମ୍ବୁଲାନ୍ସ ଘଟଣାସ୍ଥଳରେ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିବା ସହିତ ଆହତମାନଙ୍କୁ ହସ୍ପିଟାଲକୁ ନିଆଯାଇଥିଲା।

Share