Untitled 2025 11 25 09 20 41

ଟାଙ୍ଗୀ: ୧୬ ନଂ ଜାତୀୟ ରାଜପଥ କଟକଜିଲ୍ଲା ଟାଙ୍ଗୀ ଥାନା ଅନ୍ତର୍ଗତ ବଇଁଚୁଆ ରଜକଣା ଛକରେ ଭୋର ସମୟରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏଠାରେ ଏକ ବୋଲେରୋ ଡିଭାଇଡର୍ ଭାଙ୍ଗି ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ସହ ପିଟି ହୋଇଥିଲା। ଫଳରେ ଘଟଣାସ୍ଥଳରେ ତିନିଜଣଙ୍କର ମୃତ୍ୟୁ ଘଟିଥିଲା। ଏହାଛଡ଼ା ଦୁଇଜଣ ଗୁରୁତର ହୋଇଥିଲେ। ଟାଙ୍ଗୀ ପୁଲିସ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଇଛି।
ସୂଚନା ଅନୁଯାୟୀ, ଆଜି ଭୋର ୩ଟା ୫୦ ମିନିଟ୍ ସମୟରେ କେଉଁଝରରୁ ଭୁବନେଶ୍ବର ଅଭିମୁଖେ ଆସୁଥିବା ଏକ ବୋଲେରୋ ଡିଭାଇଡର୍ ଭାଙ୍ଗି ବିପରୀତ ଦିଗରୁ ଆସୁଥିବା ଏକ କଣ୍ଟେନର ସହ ପିଟି ହୋଇଥିଲା। ଉକ୍ତ କଣ୍ଟେନର ଭୁବନେଶ୍ବରରୁ ଚଣ୍ଡିଖୋଲ ଆଡ଼କୁ ଯାଉଥିଲା। ବୋଲେରୋରେ ଖଣିରେ କାମ କରୁଥିବା ଲୋକ ଥିଲେ। ଦୁର୍ଘଟଣା ଏତେ ଭୟାନକ ଥିଲା ଯେ ଘଟଣାସ୍ଥଳରେ ବୋଲେରୋରେ ଥିବା ତିନିଜଣଙ୍କର ମୃତ୍ୟୁ ଘଟିଥିଲା। ଏହାଛଡ଼ା ଦୁଇଜଣ ଗୁରୁତର ହୋଇଥିଲେ। ଟାଙ୍ଗୀ ପୁଲିସ ଦୁଇ ଗୁରୁତରଙ୍କୁ ଉଦ୍ଧାର କରି କଟକ ବଡ଼ ମେଡିକାଲକୁ ପଠାଇଛି।
ତେବେ କଣ୍ଟେନରର କିଛି କ୍ଷତି ହୋଇନାହିଁ କି ସେଥିରେ ଥିବା ଚାଳକ ବା ହେଲପର କେହି ହତାହତ ହୋଇନାହାନ୍ତି। ପୁଲିସ ଉଭୟ ଗାଡ଼ିକୁ ଜବତ କରି ଅଧିକ ତଦନ୍ତ ଚଳାଇଛି।

Share