ଭୁବନେଶ୍ବର: ଗାଡ଼ିରେ ଗ୍ରୀନ ଷ୍ଟିକର ଲଗାଇବା ନେଇ ବଡ଼ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଭୂଷଣ ଜେନା । ଗ୍ରୀନ ଷ୍ଟିକର ଗାଡ଼ିରେ ଲଗାଇବା ବାଧ୍ୟତାମୂଳକ ନୁହେଁ । ଗ୍ରୀନ ଷ୍ଟିକର କେବଳ ଏକ ସୂଚକ, କୌଣସି ଦେୟ ଦେବାକୁ ପଡ଼ିବ ନାହିଁ । ଏଥିପାଇଁ କୌଣସି ଅତ୍ୟଧିକ ବୋଝ ନେବାର ଆବଶ୍ୟକତା ନାହିଁ । ଚଳିତମାସରେ ସମସ୍ତ ଆରଟିଓକୁ ପର୍ଯ୍ୟାପ୍ତ ପରିମାଣର ଗ୍ରୀନ ଷ୍ଟିକର ଦିଆଯିବ ।
ସେପଟେ, ନଭେମ୍ବର ୧୦ରୁ ସବୁଜ ଷ୍ଟିକର ମିଳିବ । ଆରଟିଓ କାର୍ଯ୍ୟାଳୟ ଓ ପ୍ରଦୂଷଣ ପରୀକ୍ଷଣ କେନ୍ଦ୍ରରେ ଷ୍ଟିକର ମିଳିବ ବୋଲି କହିଛନ୍ତି ପରିବହନ ବିଭାଗ ସଚିବ ଉଷା ପାଢୀ । ଏହା କିନ୍ତୁ ବାଧ୍ୟତାମୂଳକ ନୁହେଁ । ପ୍ରଦୂଷଣ ସାର୍ଟିଫିକେଟ ବାଧ୍ୟତାମୂଳକ। ସବୁଜ ଷ୍ଟିକର କିନ୍ତୁ ଲଗେଇଲେ ଭଲ ବୋଲି କହିବା ସହ ସୁବାହକ ହେବା ପାଇଁ ପରାମର୍ଶ ଦେଇଛନ୍ତି ।

