Screenshot 2026 01 06 152652 747x430

ଖୋର୍ଦ୍ଧା: ଜଣ୍ଡିସ ବ୍ୟାପିବା ଘଟଣାରେ ସ୍ଥିତି ପରିଖିଛି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ। ସାମ୍ପୁଲ୍ ସଂଗ୍ରହ କରାଯାଇଛି ଏବଂ ଏହି ମାମଲାରେ ଖୋର୍ଦ୍ଧା ଜିଲ୍ଲା ଟିମ୍ ଆକ୍ଟିଭ ଅଛି। ପ୍ରାୟ ହେପାଟାଇଟିସ A ବୋଲି ଜଣାପଡ଼ିଛି। ଏହା ଇଣ୍ଡେକ୍ସ କେସ୍‌ ଅନୁମାନ କରାଯାଉଛି। ଏହା ଜଳବାହିତ ଖାଦ୍ୟଜନିତ ରୋଗ, ପ୍ରକୃତ କାରଣ ଜଣାପଡ଼ିନି। ୫୦ ପିଲା ଆକ୍ରାନ୍ତ ହୋଇଛନ୍ତି, କିନ୍ତୁ କେହି ଗୁରୁତର ନାହାନ୍ତି। ଆମେ ଘଟଣା ଉପରେ ନଜର ରଖିଛୁ ବୋଲି କହିଲେ ଜନସ୍ବାସ୍ଥ୍ୟ ନିର୍ଦ୍ଦେଶକ।

ସୂଚନା ଥାଉକି ଖୋର୍ଦ୍ଧା ଜବାହାର ନବୋଦୟ ବିଦ୍ୟାଳୟରେ ଜଣ୍ଡିସ୍ ଆତଙ୍କ ଖେଳିଯାଇଛି। ୨ଶହରୁ ଅଧିକ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରୁ ନେଇଗଲେ ଅଭିଭାବକ। ଘଟଣା ପରେ ନବୋଦୟ ବିଦ୍ୟାଳୟରେ ପହଞ୍ଚିଲା ମେଡିକାଲ ଟିମ୍। ସ୍କୁଲରେ ୱାଟକୋ ଟିମ୍ ପହଞ୍ଚି ୧୨ଟି ସ୍ଥାନରୁ ଜଳ ନମୁନା ସଂଗ୍ରହ କରିଛନ୍ତି। କିଛି ଜଳର ନମୁନା ସେଠାରେ ପରୀକ୍ଷା କରାଯାଇଥିବାବେଳେ ସମସ୍ତ ନମୁନାକୁ ପରୀକ୍ଷା ପାଇଁ ଲାବ୍ରୋଟାରୀକୁ ପଠାଯାଇଥିଲା। ପ୍ରାୟ ହେପାଟାଇଟିସ A ବୋଲି ଜଣାପଡ଼ିଛି।

ତେବେ ୨୨୫ରୁ ଅଧିକ ଛାତ୍ରଛାତ୍ରୀଙ୍କୁ ସେମାନଙ୍କ ଅଭିଭାବକମାନେ ନେଇଯାଇଛନ୍ତି। ଏବେ ବି ୫୦ ପିଲା ସଂକ୍ରାମକ ଜଣ୍ଡିସ ରୋଗରେ ଆକ୍ରାନ୍ତ ଅଛନ୍ତି। ସ୍କୁଲ କର୍ତ୍ତୃପକ୍ଷ ଜିଲ୍ଲା ସ୍ବାସ୍ଥ୍ୟ ଅଧିକାରୀଙ୍କୁ ସ୍ଵତନ୍ତ୍ର ସ୍ବାସ୍ଥ୍ୟ ଶିବିର ପାଇଁ ଅନୁରୋଧ କରିଛନ୍ତି। ଅନ୍ୟ ପକ୍ଷରେ ସ୍କୁଲ ପରିସରରେ ବିଶୋଧନ, ସଚେତନତା ପ୍ରତି ମଧ୍ୟ ଦୃଷ୍ଟି ଦିଆଯାଉଛି।

 

Share