ରାଉରକେଲା:ରାଉରକେଲା ରଘୁନାଥପାଲିରେ ବିମାନ ଦୁର୍ଘଟଣା। ଭୁବନେଶ୍ୱରରୁ ରାଉରକେଲା ଅଭିମୁଖେ ଯାଉଥିଲା ବିମାନ । ଜରୁରୀ ଅବତରଣ ବେଳେ ବିମାନ କ୍ରାସ୍ ହୋଇଛି । ଜଲଦା ଏ ବ୍ଲକରେ ଛୋଟ ଚାର୍ଟର ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟଙ୍କ ସହ ୬ ଆହତ ହୋଇଛନ୍ତି । ୪ ଜଣ ଯାତ୍ରୀ ଓ ୨ ଜଣ କ୍ରିଉ ସଦସ୍ୟ ଥିଲେ । ସମସ୍ତ ଗୁରୁତରଙ୍କୁ ଉଦ୍ଧାର କରି ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଦୁର୍ଘଟଣାସ୍ଥଳରେ ରଘୁନାଥପାଲି ଥାନା ପୁଲିସ ପହଞ୍ଚିଛି।
୪ ଜଣ ଯାତ୍ରୀ ହେଲେ ସୁଶାନ୍ତ କୁମାର ବିଶ୍ୱାଳ, ଅନୀତା ସାହୁ, ସୁନୀଲ ଅଗ୍ରୱାଲ, ସବିତା ଅଗ୍ରୱାଲ । ୨ କ୍ରିଉ ସଦସ୍ୟ ହେଲେ କ୍ୟାପ୍ଟେନ ନବୀନ କାଡ଼ଙ୍ଗା, କ୍ୟାପ୍ଟେନ ତରୁଣ ଶ୍ରୀବାସ୍ତବ ।

