ଭୁବନେଶ୍ୱର: ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା (ଓଜେଇଇ) ୨୦୨୬ ବର୍ଷ ପାଇଁ କାର୍ଯ୍ୟସୂଚୀ ପ୍ରକାଶ ପାଇଛି । ବିଭିନ୍ନ ପାଠ୍ୟକ୍ରମରେ ନାମଲେଖା ପ୍ରବେଶିକା ପରୀକ୍ଷା ନିମନ୍ତେ ଜାନୁଆରୀ ୨୭ ତାରିଖରୁ ବିଦ୍ୟାର୍ଥୀ ମାନେ ଅନ୍ଲାଇନରେ ଆବେଦନ କରିପାରିବେ ।
ମାର୍ଚ୍ଚ ୨୬ ଆବେଦନର ଶେଷ ତାରିଖ ରହିଛି । ମେ’ ୧୧ରୁ ୧୭ ପର୍ଯ୍ୟନ୍ତ ପରୀକ୍ଷା ହେବ। ମେ’ ୩୧ରେ ପରୀକ୍ଷା ଫଳ ପ୍ରକାଶ କରିବାକୁ ଲକ୍ଷ୍ୟ ରଖାଯାଇଛି । ୨୦୨୬-୨୭ ଶିକ୍ଷାବର୍ଷ ପାଇଁ ଓଜେଇଇ ପକ୍ଷରୁ ଏହି କ୍ୟାଲେଣ୍ଡର ପ୍ରସ୍ତୁତ କରାଯାଇଛି । ପଲିସି ପ୍ଲାନିଂ ପରିଷଦ ବୈଠକରେ ଦକ୍ଷତା ବିକାଶ ଓ ବୈଷୟିକ ଶିକ୍ଷା ବିଭାଗ ପକ୍ଷରୁ ଏହାକୁ ଅନୁମୋଦନ ମିଳିଛି ।
ବିଭାଗ ତଥ୍ୟାନୁଯାୟୀ, ବି. ଫାର୍ମା, ଏମସିଏ, ଏମ.ଏସ୍ସି (କମ୍ପ୍ୟୁଟର ସାଇନ୍ସ), ଏମ୍ବିଏ, ଇଣ୍ଟିଗ୍ରେଟେଡ୍ ଏମବିଏ, ବି. କାଟ, ନର୍ସିଂ, ଏମ.ଟେକ, ଏମ.ଟେକ (ପାର୍ଟ ଟାଇମ), ଏମ.ଆର୍କ, ଏମ.ପ୍ଲାନ, ଏମ.ଫାର୍ମା, ଲାଟେରାଲ ଏଣ୍ଟ୍ରି ବି.ଟେକ ଓ ବି.ଫାର୍ମା ନାମଲେଖା ପାଇଁ ଓଜେଇଇ ପରୀକ୍ଷା ହେବ ।

