ପୁରୀ: ପୁଣି ଶ୍ରୀମନ୍ଦିର ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ । ସୋସିଆଲ ମିଡିଆରେ ଭାଇରାଲ ହେଲା ଶ୍ରୀମନ୍ଦିର ଭିତର ଫଟୋ । ଶ୍ରୀମନ୍ଦିର ଆନନ୍ଦ ବଜାର ଭାଇରାଲ ହୋଇଛି । ମୋହିତ ନାମକ ଜଣେ ବ୍ୟକ୍ତି ନିଜ ଇନଷ୍ଟାଗ୍ରାମ୍ ଆଇଡିରେ ଶ୍ରୀମନ୍ଦିର ଆନନ୍ଦ ବଜାର ଫଟୋ ଅପଲୋଡ଼ କରି ପ୍ରଘଟ କରିଥିବା ଜଣାପଡ଼ିଛି ।
ଫଟୋ ପ୍ରଘଟ ଘଟଣାକୁ ନେଇ ଜିଲା ଆରକ୍ଷୀ ଅଧୀକ୍ଷକ ପ୍ରତୀକ ସିଂ କହିଛନ୍ତି, ଘଟଣାର ତଦନ୍ତ କରାଯାଉଛି । ଶ୍ରୀମନ୍ଦିର ଆନନ୍ଦ ବଜାର ନିକଟରେ ଛିଡ଼ା ହୋଇ ଯୁବକଜଣକ ଫଟୋ ଉଠାଇଥିବା ଅନୁମାନ କରାଯାଉଛି । ଫଟୋ ଯାଞ୍ଚ କରାଯିବା ପରେ ଶ୍ରୀମନ୍ଦିର ଆଇନ ଅନୁସାରେ ଫଟୋ ପ୍ରଘଟ କରିଥିବା ବ୍ୟକ୍ତିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ । ସାଇବର ସେଲ୍ ସହ ଯୋଗାଯୋଗ କରାଯାଉଛି ।

