ପୁରୀ: ପୁରୀରେ ପ୍ରସ୍ତାବିତ ବିମାନବନ୍ଦର ଅଞ୍ଚଳ ଚାରିପାଖେ ଯେଭଳି ମନମୁଖୀ ଭାବେ କୋଠାବାଡ଼ି ଓ ଉଚ୍ଚ ଅଟ୍ଟାଳିକା ଏବଂ ନିର୍ମାଣ ନ ହେବ, ସେଥିପାଇଁ ଏକ ସ୍ୱତନ୍ତ୍ର ସଂସ୍ଥା ଦ୍ୱାରା ସର୍ଭେ କରାଯିବ । ଏ ପ୍ରକଳ୍ପ ପାଇଁ ଜାଗା ଚିହ୍ନଟ ହୋଇସାରିବାରୁ ଏହା ଯେଭଳି ସଂରକ୍ଷିତ ରହିବ, ସେଥିପାଇଁ ଉଦ୍ୟମ ଆରମ୍ଭ ହୋଇଛି ।
ରାଜ୍ୟ ପରିବହନ ବିଭାଗ ଏ ନେଇ ଏକ ଟେଣ୍ଡର ଆହ୍ୱାନ କରିଛି । ଏହି ସ୍ଥାନଟି ବିମାନବନ୍ଦର ପାଇଁ ଚିହ୍ନଟ ହୋଇସାରିଛି । ତେଣୁ ବିମାନବନ୍ଦର ଅଞ୍ଚଳରେ କୋଠାବାଡ଼ି ନିର୍ମାଣ ପୂର୍ବରୁ ଭାରତ ସରକାରଙ୍କ ବିମାନବନ୍ଦର ପ୍ରାଧିକରଣ (ଏଏଆଇ) ଅଧୀନରେ ଆବେଦନ କରିବାକୁ ପଡ଼ିବ । ଏଏଆଇଠାରୁ ଏନ୍ଓସି ନେବାକୁ ହେବ । ଆବେଦନକାରୀ ଯେଉଁ ପ୍ଲଟ ପାଇଁ ଆବେଦନ କରିବେ, ସେଇ ପ୍ଲଟକୁ ନେଇ ସର୍ଭେ କରାଯିବ ।

