Gold

ନୂଆଦିଲ୍ଲୀ : ଲଗାତାର ୪ ଦିନ ହେଲାଣି ଖସୁଛି ସୁନା ଏବଂ ରୁପା ଦର। ଆଜି ବି ସୁନା ଦରରେ ହ୍ରାସ ହୋଇଛି। ୨୪ କ୍ୟାରେଟ୍‌ ର ସୁନା ଦର ୯ ହଜାର ୫୦ ଟଙ୍କା ତଳକୁ ଖସିଛି। ବର୍ତ୍ତମାନ୍ ୧୦ ଗ୍ରାମ୍‌ ପିଛା ୨୪ କ୍ୟାରେଟ୍‌ ସୁନା ଦର ହ୍ରାସ ପାଇ ୧ ଲକ୍ଷ ୫୧ ହଜାର ୫୩୦ ଟଙ୍କା ରହିଛି। ସେହିପରି ୨୨ କ୍ୟାରେଟ୍‌ ସୁନା ୮ ହଜାର ୩୦୦ ଟଙ୍କା ହ୍ରାସ ପାଇଛି। ୧୦ ଗ୍ରାମ୍‌ ପିଛା ୨୨ କ୍ୟାରେଟ୍‌ ସୁନା ୧ ଲକ୍ଷ ୩୮ ହଜାର ୯୦୦ ଟଙ୍କାରେ ପହଞ୍ଚିଛି। ରୁପା କେଜି ପିଛା ୨୦ ହଜାର ଟଙ୍କା ହ୍ରାସ ପାଇ ୩ ଲକ୍ଷ ଟଙ୍କାରେ ପହଞ୍ଚିଛି।
ଗତକାଲି ୮ହଜାର ଟଙ୍କା ସୁନା କମିଥିଲା। ୨୪ କ୍ୟାରେଟ ସୁନା ୧୦ଗ୍ରାମ୍‌ ପିଛା ୧ଲକ୍ଷ ୪୦ହଜାର ୬୭୪ଟଙ୍କାରେ ପହଞ୍ଚିଥିଲା । ସେହିପରି ରୂପା କିଲୋଗ୍ରାମ ପିଛା ୨ଲକ୍ଷ ୬୫ହଜାର ୬୫୨ଟଙ୍କା ରହିଥିଲା।

Share