Police

ମାଲକାନଗିରି: ପୋଲିସ ଗୁଳିରେ କୁଖ୍ୟାତ ମାଓବାଦୀ ନିହତ ।  ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବିଜାପୁର ଜିଲ୍ଲା ତରେମ ଜଙ୍ଗଲରେ ପୋଲିସ ମାଓବାଦୀ ମଧ୍ୟରେ ଗୁଳିବିନିମୟ ହୋଇଥିଲା ।  ପୋଲିସ ଏନକାଉଣ୍ଟରରେ ଦକ୍ଷିଣ ବସ୍ତର ମାଓ ସଂଗଠନର DVCM କ୍ୟାଡର କୁଖ୍ୟାତ ମାଓବାଦୀ ଉଦ୍ଧମ ସିଂ ନିହତ ।

ଘଟଣାସ୍ଥଳରୁ ଗୋଟିଏ ଅଟମେଟିକ ବନ୍ଧୁକ ସହ ବିପୁଳ ପରିମାଣର ମାଓ ବିସ୍ପୋରକ ସାମଗ୍ରୀ ଜବତ କରିଛି ସୁରକ୍ଷାକର୍ମୀ ।  ମୃତ ମାଓବାଦୀ ଉପରେ ୮ଲକ୍ଷ ଟଙ୍କା ପୁରସ୍କାର ରହିଥିଲା ।  DRG ଏବଂ CRPF କୋବ୍ରା ଜବାନଙ୍କ ମିଳିତ ଅପରେସନରେ ଏହି ସଫଳତା ମିଳିଛି ।

Share