Aap

ପଞ୍ଜାବ : ଶୁକ୍ରବାର ପଞ୍ଜାବର ଜଳନ୍ଧରରେ ଆପ୍ ନେତା ଲକି ଓବରୟଙ୍କୁ ଗୁଳି କରି ହତ୍ୟା । ଏକ ବାଇକରେ ଆସି ଦୁଇ ଜଣ ବ୍ୟକ୍ତି ତାଙ୍କ ଉପରେ ଆଖିବୁଜା ଗୁଳିମାଡ଼ କରିଥିଲେ । ଘଟଣାକୁ ମଡେଲ ଟାଉନ ଗୁରୁଦ୍ବାର ସାହିବ ନିକଟରେ ଘଟିଛି । ତାଙ୍କ ଶରୀରରେ ପ୍ରାୟ ୫ଟି ଗୁଳି ବାଜିଛି ।

ଖବର ମୁତାବକ, ଜଳନ୍ଧରର ଏକ ମଡେଲ ଟାଉନ ଗୁରୁଦ୍ବାର ସାହିବ ସମ୍ମୁଖରେ ଲକି କାରରେ ବସିଥିଲେ । ଏହି ସମୟରେ ବାଇକରେ ଦୁଇ ଜଣ ବ୍ୟକ୍ତି ଆସି କିଛି ବୁଝିବା ଆଗରୁ ସେମାନେ ତାଙ୍କ ଉପରେ ଗୁଳି ଚଳାଇଥିଲେ । ପ୍ରାୟ ୫ଟି ଗୁଳି ତାଙ୍କ ଶରୀରରେ ବାଜିଛି । ଗୁଳିମାଡ଼ ପରେ ତାଙ୍କୁ ତୁରନ୍ତ ପାଖରେ ଥିବା ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ସେଠାରେ ଡାକ୍ତର ମୃତ ଘୋଷଣା କରିଥିଲେ ।

ତେବେ ଲକି ଗୁରୁଦ୍ୱାର ସମ୍ମୁଖରେ ତାଙ୍କ କାରକୁ ପାର୍କ କରୁଥିଲେ । ଏହି ସମୟରେ ତାଙ୍କୁ ଆକ୍ରମଣ ହୋଇଥିଲା । ଖବର ପାଇ ପୋଲିସ ଘଟଣା ସ୍ଥଳରେ ପହଁଚି ତଦନ୍ତ ଆମ୍ଭ କରିଛି । ଆଖପାଖରେ ଲାଗିଥିବା ସିସିଟିଭିର ଫୁଟେଜକୁ ଯାଞ୍ଚ୍ କରାଯାଉଛି ।

ମେଡଲ ଟାଉନ ଅଞ୍ଚଳରେ ଲକି ଆପର ଯୁବ ନେତା ଭାବେ ସକ୍ରିୟ ଥିଲେ । ଅନେକ ସାମାଜିକ ଏବଂ ରାଜନୈତିକ ପ୍ରସଙ୍ଗକୁ ନେଇ କାମ କରୁଥିଲେ । ତେବେ ତାଙ୍କ ହତ୍ୟା କିଏ କରିଛି, ଏହାକୁ ନେଇ ପୋଲିସ ଯାଞ୍ଚ ଆରମ୍ଭ କରିଛି ।

Share