ଏଠାରେ ପ୍ରକାଶ ଯେ ଏଠାରେ ବିଗତ ଦିନରେ ଆର୍ନ୍ତଜାତିୟ ସ୍ଥରରେ ଖେଳ ହେଉଥିବା ବେଳେ ସୁରକ୍ଷା ଜନିତ କଟକଣା ପାଇଁ ବିଗତ ୩ବର୍ଷ ଧରି ସର୍ବଭାରତୀୟ ଖେଳ କରାଯାଉଛି।୨୦୦୨ମସିହାରେ ଭାରତୀୟ ଦଳର ପୂର୍ବତନ ଅଧିନାୟକ ମହିନ୍ଦ୍ର ସିଂ ଧୋନି ଏଠାରେ ଖେଳିଥିବା ବେଳେ ବାଂଗ୍ଲାଦେଶ ,ମାଲେସିଆ, ନେପାଳ,ଆଫଗାନିସ୍ତାନ ପରି ଦଳର ଖେଳାଳି ଏଠାକୁ ଆସିଛନ୍ତି।
ଭଦ୍ରକ : ଆସନ୍ତା ମାର୍ଚ୍ଚ ୬ରୁ ସର୍ବଭାରତୀୟ ଟିଲୋ କପ୍ ର ୩୦ତମ ସସ୍କରଣ ଖେଳାଯିବ। ଏନେଇ ରବିବାର ଖବରଦାତା ସମ୍ମିଳନୀରେ ସୂଚନା ଦିଆଯାଇଛି।
୧୦ ଦିନ ବ୍ୟାପି ହେବାକୁ ଥିବା ଏହି ମ୍ୟାଚରେ ୩୦ରୁ ଉର୍ଦ୍ଧ୍ୱ ଆଇପିଏଲ ଏବଂ ରଞ୍ଜି ଖେଳାଳି ଭାଗନେବେ। ଭଦ୍ରକ ଜିଲ୍ଲା ଟିଲୋ ହନୁମାନଜୀଉ ପଡିଆରେ ଖେଳାଯିବ ଏହି ମ୍ୟାଚ। ଟ୍ୱେଣ୍ଟି ଟ୍ୱେଣ୍ଟି ଫର୍ମାଟରେ ଟ୍ରଫ୍ ଉଇକେଟରେ ମ୍ୟାଚ ଖେଳାଯିବ। ଓଡ଼ିଶା କ୍ରିକେଟ ଆସୋସିଏସନର ପୂର୍ଣ୍ଣ ସହଯୋଗରେ ଏହି ଖେଳ ଅନୁଷ୍ଠିତ ହେଉଥିବା ନେଇ ସଂପାଦକ ଲକିମାଷ୍ଟର ସ୍ୱାଇଁ ସୂଚନା ଦେଇଛନ୍ତି। କାର୍ଯ୍ୟକ୍ରମ ପ୍ରାରମ୍ଭରେ ଡଃ ମନ୍ନଥ ରାଉଳ ସମସ୍ତଙ୍କ ସହଯୋଗ କାମନା କରିଥିଲେ। ଟିଲୋ ସରପଞ୍ଚ ସଂଗ୍ରାମ ଯେନା,ସମିତିସଭ୍ୟ ପରମେଶ୍ଵର ବାରିକ,ଶିକ୍ଷାବିତ ସୁଧାଂଶୁଶେଖର ମହାନ୍ତି,ମନମୋହନ ସାହୁ,ପ୍ରଶାନ୍ତ କୁମାର ପୃଷ୍ଟି,ଉମେଷ ସେଠୀ ପ୍ରମୁଖ ଉପସ୍ଥିତ ଥିଲେ।

